ବଲାଙ୍ଗୀର: ଜିଲ୍ଲାର ବିଭିନ୍ନ ଦୋକାନ ଉପରେ ଚଢାଉ କରିଛି ବିକ୍ରି କର ବିଭାଗ । ଚଢାଉରେ ଲକ୍ଷାଧିକ ଟଙ୍କା ଫାଇନ ଆଦାୟ ହୋଇଥିବା ଜଣାପଡିଛି । ପାଟଣାଗଡ଼ରେ ସ୍ଥାନୀୟ ଦୋକାନୀମାନେ ବିକ୍ରି କର ଫାଙ୍କିବା ସହ ଜିନିଷର କଳା ବଜାରୀ କରୁଥିବା ପ୍ରଶାସନ ସୂଚନା ପାଇଥିଲା । ସୂଚନା ପାଇ ସମ୍ପୃକ୍ତ ଦୋକାନ ଗୁଡିକରେ ଚଢାଉ ପାଇଁ ପ୍ରଶାସନ ଯୋଜନା ରଖିଥିଲା ।
ତେବେ ଏହି ଖବରକୁ ଭିତ୍ତି କରି ସୋମବାର ବଲାଙ୍ଗୀର ବିକ୍ରି କର ବିଭାଗ ଏଠାକାର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିଲା । ଚଢାଉରେ ଦୁଇଟି ଦୋକାନ ଖିଲାଫି କରିଥିବାର ସୂଚନା ପାଇ ସେମାନଙ୍କ ଠାରୁ 2ଲକ୍ଷ 30 ହଜାର ଟଙ୍କା ଫାଇନ ଆଦାୟ କରିଥିଲା । ସେହିପରି ଏହି ମାମଲା ଏବେ ତଦନ୍ତାଧୀନ ଥିବା ବେଳେ ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗ ସୂଚନା ଦେଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ