ବଲାଙ୍ଗୀର: ଜିଲ୍ଲାର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି ରାଷ୍ଟ୍ରୀୟ ମଜଦୁର ସଙ୍ଘ । ଯେଉଁଥିରେ ଜିଲ୍ଲାର ଶତାଧିକ ଶ୍ରମିକ ସାମିଲ ହୋଇଛନ୍ତି । ମୁଖ୍ୟତଃ 11 ଗୋଟି ଦାବି ନେଇ ଏହି ଘେରାଉ କରାଯାଇଛି ।
ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନା ବଲାଙ୍ଗୀର ଜିଲ୍ଲାରେ ଫେଲ ମାରିଥିବା ସହ କୌଣସି ସରକାରୀ ସୁବିଧା ଶ୍ରମିକମାନେ ପାଉନଥିବା ଅଭିଯୋଗ ହୋଇଛି । ସେହିପରି ପ୍ରବାସୀ ଶ୍ରମିକମାନଙ୍କର ଏଠାରେ ପଞ୍ଜିକରଣ କରାନଯାଉଥିବା ମଧ୍ୟ ଅଭିଯୋଗ ଆଣିଛି ସଙ୍ଘ । ଏନେଇ ରାଷ୍ଟ୍ରୀୟ ମଜଦୁର ସଙ୍ଘ ପକ୍ଷରୁ ଏକ 11 ଦଫା ଦାବିପତ୍ର ଶ୍ରମ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦିଆଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ