ETV Bharat / state

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ବିକାଶ ପାଇଁ ମିଳିଲା 25କୋଟି - ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବଲି ଉଦ୍‌ଯାପନୀ ଉତ୍ସବ଼

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବଲି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ୟୁନିଭର୍ସିଟିର ବିକାଶ ପାଇଁ 25 କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Rajendra University platinum jubilee
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Dec 31, 2019, 9:28 PM IST

ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବଲି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ୟୁନିଭର୍ସିଟିର ବିକାଶ ପାଇଁ 25 କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଯାହା ବଲାଙ୍ଗୀରବାସୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବଲି ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଗତ ୫ ଦିନ ଧରି ଚାଲିଥିବା ଏହି ପ୍ଲାଟିନମ ଜୁବଲି ଆଜି ଉଦଯାପିତ ହୋଇଥିବା ବେଳେ ଆଜିର ଏହି ସଭାରେ ଓଡିଶା ମୁଖ୍ୟ ଶାସନ ସଚିବ ଅସିତ ପାଣିଗ୍ରାହୀ, ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ, କଲେଜର ପ୍ରତିଷ୍ଠାତା ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ କନିଷ୍ଠ ପୁତ୍ର ଅନଙ୍ଗ ଉଦୟ ସିଂ ଦେଓ, ଖଣ୍ଡପଦାର ବିଧାୟକ ତଥା ସମ୍ବାଦ ଗ୍ରୁପର ଏମଡି ସୌମ୍ୟ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

ତାଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତି ଲୋକଙ୍କୁ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭାରି ଦେଇଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର ୟୁନିଭର୍ସିଟି ପ୍ରତିଷ୍ଠାତାଙ୍କୁ ମନେ ପକାଇଥିଲେ ଏବଂ ତାଙ୍କର ଉପଲବ୍ଧିକୁ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ସେପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଭିଣୋଇଙ୍କ ଦେହାନ୍ତ ସତ୍ତ୍ବେ ସେ ବଲାଙ୍ଗୀର ଆସି ଏହି ସଭାରେ ଯୋଗ ଦେଇଥିଲେ । ଯାହାକୁ ନେଇ ବଲାଙ୍ଗୀରବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.