ବଲାଙ୍ଗୀର: ଆସନ୍ତାକାଲି ମାଟ୍ରିକ ପରୀକ୍ଷା ସୁରୁଖୁରୁରେ କରିବା ପାଇଁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗର ପ୍ରସ୍ତୁତି ସରିଛି। ରେବେ ଏଥର ବଲାଙ୍ଗୀର ଜିଲ୍ଲାରେ ମୋଟ 24 ହଜାର 4ଶହ 54 ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଏମାନଙ୍କ ପାଇଁ ମୋଟ 160 ଟି ସେଣ୍ଟର କରାଯାଇଥିବା ବେଳେ 15 ଗୋଟି ନୋଡାଲ ସେଣ୍ଟର କରାଯାଇଛି।
ସେହିପରି କପି ରୋକିବାକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚାରୋଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଛି। ସମାନ ଭାବରେ ବୋର୍ଡ ପକ୍ଷରୁ ମଧ୍ୟ ଦୁଇଟି ସ୍କ୍ୱାର୍ଡ ଗଠନ କରାଯାଇଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷ୍ୟରୁ 14ଟି ବ୍ଲକରେ 14 ଜଣ ମାଜିଷ୍ଟ୍ରେଟ ନିଯୁକ୍ତ ରହିବେ । ସେହିପରି ପ୍ରତ୍ୟେକ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ପୋଲିସ ମଧ୍ୟ ମୁତୟନ ହେବେ ଏବଂ ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଯେମିତି ହେବ ତା ପାଇଁ ସବୁ ପଦକ୍ଷେପ ନେବେ ବୋଲି କୁହାଯାଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ