ETV Bharat / state

ନିୟମକୁ ଫୁ କରି ହଜାରେ ତଣ୍ଡ ଗଣିଲେ ପୋଲିସବାବୁ

author img

By

Published : Mar 4, 2020, 11:07 AM IST

ଟ୍ରାଫିକ ନିୟମ ଉଲ୍ଲଂଘନ କରି ଫାଇନ ଭରିଲେ ଜଣେ ପୋଲିସ ବାବୁ । ଏହି ଭିଡିଓ ଏବେ ଭାଇରାଲ ହେବା ପରେ ବଲାଙ୍ଗୀର ଏସପିଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଧିକ ପଢନ୍ତୁ...

video viral in balangir
ତଣ୍ଡ ଗଣିଲେ ପୋଲିସବାବୁ

ବଲାଙ୍ଗୀର: ମାର୍ଚ୍ଚ 1 ତାରିଖରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଧରପକଡ । ମାତ୍ର ସାଧାରଣ ଲୋକେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଫାଇନ ଭରୁଥିବାବେଳେ ବଲାଙ୍ଗୀରରେ ଜଣେ ପୋଲିସ ବାବୁ ମଧ୍ୟ ନୂଆ ମୋଟର ଯାନ ଆଇନକୁ ବାଁଏ ବାଁଏ ଉଡାଇ ତଣ୍ଡ ଗଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ତଣ୍ଡ ଗଣିଲେ ପୋଲିସବାବୁ

ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ପୋଲିସ ବାବୁ ଖୁଲମା ଖୁଲା ବିଚ୍ ରାସ୍ତାରେ ବିନା ହେଲମେଟରେ ବାଇକରେ ଯାଉଥିଲେ । ଯାହା ନୂଆ ଟ୍ରାଫିକ ନିୟମ ଉଲ୍ଲଂଘନର କରାଯାଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ନେଇ ପୋଲିସ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ।

ଏବେ ଏହି ଘଟଣାକୁ ନେଇ ବଲାଙ୍ଗୀର ଏସପିଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂପୃକ୍ତ ପୋଲିସ ଅଧିକାରୀ ବିନୟ ନାୟକଙ୍କ ଚାଲାଣ କଟାଯାଇଛି । ଯେଉଁଥିରେ ପୋଲିସ ଅଧିକାରୀ ଜଣକ 1 ହଜାର ଟଙ୍କା ଫାଇନ ଭରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.