ETV Bharat / state

କାମ ହଡପ ଅଭିଯୋଗ, ଥାନାରେ ଏତଲା ଦେଲେ ମହିଳାଗୋଷ୍ଠୀ - ପାଟଣାଗଡ଼ରେ ମହିଳା ଗୋଷ୍ଠୀଙ୍କ ଠାରୁ କାମ ହଡପ ଅଭିଯୋଗ

ବଲାଙ୍ଗୀର ପାଟଣାଗଡ଼ରେ ମହିଳା ଗୋଷ୍ଠୀଙ୍କ ଠାରୁ କାମ ହଡପ ଅଭିଯୋଗ । ଥାନାରେ ଏତଲା ଦେଲେ ମହିଳା ଗୋଷ୍ଠୀ । ଅଧିକ ପଢନ୍ତୁ

କାମ ହଡପ ଅଭିଯୋଗ
କାମ ହଡପ ଅଭିଯୋଗ
author img

By

Published : Nov 21, 2022, 2:12 PM IST

ବଲାଙ୍ଗୀର: ମିଶନ ଶକ୍ତି ମାଧ୍ୟମରେ ମହିଳା ଗୋଷ୍ଠୀ ନାଁରେ କାର୍ଯ୍ୟାଦେଶ । ଜୋର୍ ଜବରଦସ୍ତ ଠିକାଦାର କାମ ହଡପ କରୁଥିବା ଅଭିଯୋଗ । ଏନେଇ ଥାନାରେ ଏତଲା ଦେଲେ ମହିଳାଗୋଷ୍ଠୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ପାଟଣାଗଡ଼ରେ ।

ଏହା ମଧ୍ୟ ପଢନ୍ତୁ: କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଓ ରେଳବାଇ

କାମ ହଡପ ଅଭିଯୋଗ

ଓଡ଼ିଶା ସରକାର ମହିଳା ସଶକ୍ତି କରଣ ଯୋଜନାରେ ମହିଳା ଏସଏଚଜି ଗୋଷ୍ଠୀଙ୍କୁ କାମ ଯୋଗାଇ ଦେଉଛନ୍ତି । ହେଲେ କିଛି ସ୍ଥାନରେ ମହିଳାଙ୍କ ସେହି କାମ ହଡ଼ପ ହେଉଥିବାର ଅଭିଯୋଗ ହୋଇଆସୁଛି । ଏବଂ ରାଜନେତା ତଥା ଠିକାଦାର ତାକୁ ମହିଳାଙ୍କ ନାମରେ ଜୋର୍ ଜବରଦସ୍ତ କାମ କରି ସବୁ ବାଟମାରଣା କରୁଥିବାର ମଧ୍ୟ ଅଭିଯୋଗ ଅନେକ । ବଲାଙ୍ଗୀର ପାଟଣାଗଡ଼ରୁ ସମାନ ଅଭିଯୋଗ ଆସିଛି । ତେବେ ଏଠି ଏସଏଚଜିଙ୍କୁ ମିଳିଥିବା କାର୍ଯ୍ୟାଦେଶ ଓ ଠିକାକୁ ଜଣେ ଠିକାଦାର ଜୋର ଜବରଦସ୍ତ ନିଜେ କାମ କରୁଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ସଂପୃକ୍ତ ମହିଳା ଗୋଷ୍ଠୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଅଭିଯୋଗ ଅନୁସାରେ, ପାଟଣାଗଡ଼ 14 ନମ୍ୱର୍ ୱାର୍ଡରେ 5 ଲକ୍ଷ ଟଙ୍କାରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରିବାକୁ ଏନ୍ଏସି ଟେଣ୍ଡର ଡାକିଥିଲା । ଏଥିରେ ଏଠିକାର ରାମେଶ୍ୱରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏହି କାମ ପାଇଥିଲା । ସମାନ ଭାବରେ ଗତ 26 ସେପ୍ଟେମ୍ବରରେ ଏହି ଗୋଷ୍ଠୀକୁ ଏନ୍ଏଏସି କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରିଥିଲା । ହେଲେ ଏହି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ନିର୍ମାଣ ସ୍ଥଳରେ କାମ ଆରମ୍ଭ କରିବା ପୂର୍ବରୁ ସେହି କାମକୁ ଜଣେ ସ୍ଥାନୀୟ ଠିକାଦାର କରୁଥିବାର ମହିଳାମାନେ ଜାଣିବାକୁ ପାଇଥିଲେ । ତେବେ ସଂପୃକ୍ତ ଠିକାଦାରକୁ ଏମାନେ ଯୋଗାଯୋଗ କରି କାର୍ଯ୍ୟାଦେଶ ସେମାନେ ପାଇଥିବା ତଥା କାମ ସେମାନେ ନିଜେ କରିବୁ ବୋଲି କହିଥିଲେ । ହେଲେ ସଂପୃକ୍ତ ଠିକାଦାର କାମ ନିଜେ କରିବି ବୋଲି କହିବା ସହ ଓଲଟା ମହିଳାମାନଙ୍କୁ ଧମକ ଦେଇଥିଲେ । ଯାହାକୁ ନେଇ ମହିଳା ମାନେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମାନ ଭାବରେ ମହିଳାମାନେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି ।

ସେପଟେ ପାଟଣାଗଡ଼ର ସବୁଠି ଏହି ଭଳି ଚଞ୍ଚକତା ହେଉଥିବାର ଅଭିଯୋଗ ହୋଇଛି । ମହିଳାଙ୍କ ନାଁରେ କାର୍ଯ୍ୟାଦେଶ ଦିଆ ଯାଉଥିବା ବେଳେ ଏଠିକାର ଶାସକ ଦଳର ଠିକାଦାରମାନେ ତାକୁ ନିଜେ ହଡ଼ପ କରି ଲାଭାଂଶ ଉଠାଉଥିବାର କହିଛନ୍ତି ଏଠିକାର ସମାଜ ସେବୀ ଡିଙ୍ଗର କୁମ୍ଭାର । ସେପଟେ ଉପଜିଲ୍ଲାପାଳ ଏହି ଅଭିଯୋଗ ପାଇବା ପରେ ସରଜମିନ ତଦନ୍ତ କରିବେ ଓ କୌଣସି ପ୍ରକାରର ବେଆଇନ ଗତି ବିଧି ଏଠି ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଏହାସହ ସମାନ ଭାବରେ କାର୍ଯ୍ୟଦେଶ ପାଇଥିବା ମହିଳା ଗୋଷ୍ଠୀ ହିଁ ତାକୁ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.