ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ, ଜଣେ ମୃତ

author img

By

Published : May 1, 2022, 1:39 PM IST

Updated : May 1, 2022, 2:12 PM IST

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ । ପ୍ରଥମେ କଥା କଟାକଟି ଓ ପରେ ଗୋଟିଏ ପକ୍ଷର ଅନ୍ୟ ପକ୍ଷ ଉପରକୁ ଆକ୍ରମଣ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ

ବଲାଙ୍ଗୀର: ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ । ପ୍ରଥମେ କଥା କଟାକଟି ଓ ପରେ ଗୋଟିଏ ପକ୍ଷର ଅନ୍ୟ ପକ୍ଷ ଉପରକୁ ଆକ୍ରମଣ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ । ପୋଲିସ ତଦନ୍ତ ଜାରି ରଖିଛି । ମୃତକ ହେଲେ ଜଡ଼ାମୁଣ୍ଡା ଗ୍ରାମର ରୂପକ ହନୁମାନ ଏବଂ ଗୁରୁତର ହେଲେ ସରୋଜ ବିଶି।

ସୂଚନାଅନୁସାରେ, ଗତକାଲି (ଶନିବାର) ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରୂପକ ହନୁମାନ ଓ ତାଙ୍କର ସାଥିଙ୍କ ମଧ୍ୟରେ ପାଞ୍ଚରୁ ଛଅ ଜଣ ଲୋଇସିଂହା ବ୍ଲକ ଛକରେ ପାଟି ତୁଣ୍ଡ ଏବଂ ଯୁକ୍ତିତର୍କ ହୋଇଥିଲା । ପରେ ଲୋଇସିଂହା ସରକାରୀ ଡାକ୍ତରଖାନା କ୍ୟାମ୍ପସ ଭିତରେ ରୂପକ ଏବଂ ତାଙ୍କ ସାଥି ସରୋଜକୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ଅପର ପକ୍ଷ ଗୋଷ୍ଠୀ । ଏଥିରେ ରୂପକ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ରୂପକଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରୂପକଙ୍କ ସାଥୀ ସରୋଜ ଗୁରୁତର ଅବସ୍ଥାରେ ପ୍ରଥମେ ବଲାଙ୍ଗୀର ଏବଂ ପରେ ବୁର୍ଲା ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ଖବର ପାଇ ଲୋଇସିଂହା ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଆଉ ପାଞ୍ଚ ଜଣ ଫେରାର ଥିବା ଜଣାପଡ଼ିଛି ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିିଭି ଭାରତ

Last Updated : May 1, 2022, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.