ETV Bharat / state

ଦାଦନ ଦୁଃଖ: ଉଦ୍ଧାର ପାଇଁ ଭିଡିଓ ଜାରି କଲେ ଫସିଥିବା ଶ୍ରମିକ - bolangir

ଉଦ୍ଧାର ପାଇଁ ଦାଦନ ଜାରିକଲେ ଭିଡିଓ । ତାମିଲନାଡୁରେ ଫସିଛନ୍ତି ଓଡିଆ ଦାଦନ ଶ୍ରମିକ ପରିବାର । ଅଧିକ ପଢନ୍ତୁ..

odisha migrant video released from tamilnadu
ଉଦ୍ଧାର ପାଇଁ ଦାଦନ ଜାରିକଲେ ଭିଡିଓ
author img

By

Published : Mar 1, 2020, 12:07 AM IST

ବଲାଙ୍ଗୀର: ପୁଣି ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନା ପାଇବା ପରେ ପୀଡିତ ପରିବାର ଉଦ୍ଧାର ପାଇ ଭିଡିଓ ପଠାଇ କରିଛନ୍ତି ନିବେଦନ। ବଲାଙ୍ଗୀରରେ ପୁଣି ଦାଦନ ଦୁଃଖ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନା ପାଇବା ପରେ ପୀଡିତ ପରିବାର ଉଦ୍ଧାର ପାଇଁ ଭିଡିଓ ପଠାଇ କରିଛନ୍ତି ନିବେଦନ । ତେବେ ବଲାଙ୍ଗୀର ରୁଗୁଡିପଡ଼ାର ସତ୍ୟାନନ୍ଦ ଦେବତା ତାଙ୍କ ପରିବାର ନେଇ ପେଟପାଟଣା ପାଇଁ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ ।

ଉଦ୍ଧାର ପାଇଁ ଦାଦନ ଜାରିକଲେ ଭିଡିଓ

ତେବେ ଆସିଥିବା ଭିଡିଓରେ ସ୍ତ୍ରୀ ଓ ତିନି ବର୍ଷର ଝିଅ ରହିଥିବା ଦେଖାଯାଇଛି । ଏମାନଙ୍କୁ ବରଗଡ଼ର ଜଣେ ଦଲାଲ ତାମିଲନାଡୁର ତିର୍ପୂର ଜିଲ୍ଲାର ଏକ ସୂତାକଳରେ ନେଇ ଛାଡିଥିଲା । ତେବେ ଦୁଇ ମାସ ହେବ ଏମାନେ ସେଠି କାମ କରୁଥିବା ବେଳେ ଏଯାଏଁ ତାଙ୍କୁ ସଂପୃକ୍ତ କମ୍ପାନୀ ଦରମା ଟଙ୍କା ଦେଇ ନାହିଁ ଏବଂ ଓଲଟା ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଏମାନେ ଅଭିଯୋଗ କରିଛନ୍ତି।

ତେବେ ତାଙ୍କ ପାଖରେ ଘରକୁ ଫେରିବା ପାଇଁ ମଧ୍ୟ ଟଙ୍କା ନଥିବା ବେଳେ ପ୍ରଶାସନକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ସେପଟେ ଆମଠୁ ସୂଚନା ପାଇ ବଲାଙ୍ଗୀର ଶ୍ରମ ବିଭାଗ ଉଦ୍ଧାର ପାଇଁ ପଦକ୍ଷେପ ନେବେ ବୋଲି କହିଛି। ସଂପୃକ୍ତ ଦଲାଲ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଜେ ଶ୍ରମ ଅଧିକାରୀ କହିଛନ୍ତି । ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.