ETV Bharat / state

ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏସଟି କମିଶନଙ୍କ ସମନ

author img

By ETV Bharat Odisha Team

Published : Sep 9, 2023, 2:11 PM IST

Updated : Sep 9, 2023, 3:04 PM IST

ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପନ ମାମଲାରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏସଟି କମିଶନଙ୍କ ସମନ । ଅଧିକ ପଢନ୍ତୁ

ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏସଟି କମିଶନଙ୍କ ସମନ
ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏସଟି କମିଶନଙ୍କ ସମନ

ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏସଟି କମିଶନଙ୍କ ସମନ

ବଲାଙ୍ଗୀର: ଲୋୟର ସୁକତେଲ ବୃହତ ଜଳପ୍ରକଳ୍ପ ପାଇଁ ବିସ୍ଥାପନ ମାମଲାରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସମନ କରିଛନ୍ତି ଜାତୀୟ ଏସଟି କମିଶନ । ପ୍ରକଳ୍ପ ପାଇଁ ବେଆଇନ ଉଚ୍ଛେଦ, ଉଚିତ୍ ଥାଇଥାନ କରାନଯିବା ଭଳି ତିନୋଟି ଭିନ୍ନ ଭିନ୍ନ ମାମଲାରେ ଏସଟି କମିଶନର ଜିଲ୍ଲାପାଳଙ୍କୁ ନୋଟିସ୍ କରିଛନ୍ତି । ଆସନ୍ତା ୧୪ ତାରିଖରେ ବ୍ୟକ୍ତିଗତ ଭାବେ କମିଶନ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି ।

ଲୋୟର ସୁକତେଲ ବୃହତ୍ତ ଜଳପ୍ରକଳ୍ପ ଏବେ ପ୍ରାୟତଃ ଶେଷ ଉପରେ । ସେପଟେ ଡ୍ୟାମର ପାଣି ମାଡିବାରୁ ଆଖପାଖ ଗାଁ ସବୁ ବୁଡ଼ିବାରେ ଲାଗିଛି । ତେବେ ପ୍ରକଳ୍ପ ପାଇଁ ବିସ୍ଥାପନକୁ ଆରମ୍ଭରୁ ବିରୋଧ କରିଆସୁଛନ୍ତି ସ୍ଥାନୀୟ ଲୋକେ । ଉଚିତ୍ ଥଇଥାନ କରାନଯାଇ ଲୋକଙ୍କୁ ବିସ୍ଥାପିତ କରାଯାଉଛି ଅଭିଯୋଗ ହୋଇଆସୁଛି । ଲୋୟର ସୁକତେଲ ବୁଡି ଅଞ୍ଚଳର ତିନି ଜଣ ବ୍ୟକ୍ତି ବେଆଇନ୍ ଉଚ୍ଛେଦ, ଉଚିତ୍ ଥଇଥାନ ତଥା ବେଆଇନ୍ ସର୍ଭେ ହୋଇଥିବା ଅଭିଯୋଗରେ ଜାତୀୟ ଏସଟି କମିଶନରେ ମାମଲା ରୁଜୁ କରିଥିଲେ ।

ଏହାମଧ୍ୟ ପଢନ୍ତୁ: NRI Admission Scam: ଖୋଲୁଛି ଠକେଇର ଗୁମର, ମିଳିଲା NRIଙ୍କ ତାଲିକା

ଗତ ବର୍ଷ ଜୁନ ୨ ତାରିଖରେ କଙ୍କରା ଗ୍ରାମର ବିସ୍ଥାପିତ ଶିବ ବରିହା ଏସଟି କମିଶନଙ୍କ ଦ୍ଵାରସ୍ତ ହୋଇ ତାଙ୍କୁ ବିନା ଉଚିତ୍ ଥଇଥାନରେ ଏବଂ ବିନା ପୂର୍ବ ସୂଚନାରେ ବିସ୍ଥାପିତ କରାଯାଇଥିବା ଅଭିଯୋଗ କରିଥିଲେ । ଆଉ ଜଣେ ଉଚ୍ଚ ବାହାଲ୍ ଗ୍ରାମର ଅଚ୍ୟୁତ ବାର୍ଗେ ତାଙ୍କ ଜମିକୁ ବେଆଇନ ଭାବେ ସର୍ଭେ କରି ଅଧିଗ୍ରହଣ କରାଯାଇଥିବା ଅଭିଯୋଗ କରିଥିବା ବେଳେ କଙ୍କରା ଗ୍ରାମର ନିବାସୀ ଶ୍ୟାମ ବରିହାଙ୍କ ଘର ଅଗ୍ରୀମ ସୂଚନା ବିନା ଭଙ୍ଗା ଯାଇଥିବା କମିଶନଙ୍କୁ ଜଣାଇଥିଲେ । ଏହି ୩ଟି ପୃଥକ ପୃଥକ ମାମଲାରେ ସେପ୍ଟେମ୍ବର ୧୪ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ସମନ କରିଛନ୍ତି ଏସଟି କମିଶନ ।

ସୂଚନା ଅନୁସାରେ, ବର୍ତ୍ତମାନ ଲୋୟର ସୁକତେଲ ଡ୍ୟାମ ପାଇଁ ଗୋଟିଏ ପରେ ଗୋଟିଏ ଗାଁ ଉଚ୍ଛେଦ ଜାରି ରହିଛି । ଏଯାବତ୍ ୬ଟି ଗ୍ରାମ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇସାରିଛି ଏବଂ ଅନ୍ୟ ୧୦ଟି ଗାଁରେ ଉଚ୍ଛେଦ ଓ ବିସ୍ଥାପନ ଜାରି ରହିଛି । ତେବେ ବିସ୍ଥାପିତ ହୋଇଥିବା ଗ୍ରାମବାସୀ ପ୍ରଥମରୁ ଉଚିତ୍‌ ଥଇଥାନ ଦାବି କରି ଆସୁଥିଲେ । ପ୍ରଥମେ ଥଇଥାନ ଓ ପରେ ଡ୍ୟାମ କାମ କରିବାକୁ ଦାବି କରିଥିଲେ । ହେଲେ ରାଜ୍ୟ ସରକାର ଓ ପ୍ରଶାସନ ଲୋକଙ୍କ ଦାବି ନମାନି ଡ୍ୟାମ କାମ ସାରିବାକୁ ବସିଥିବା ବେଳେ ଏଥିପାଇଁ ପାଣିରେ ବୁଡିବାକୁ ଥିବା ଗାଁ ସବୁକୁ ବିସ୍ଥାପିତ କରୁଛି । ଯାହାକୁ ଏବେ ବି ବିରୋଧ କରାଯାଉଥିବା ବେଳେ ଏହି ମାମଲା ଏସଟି କମିଶନଙ୍କ ପାଖରେ ପହଞ୍ଚିଛି । ତେବେ କମିଶନଙ୍କ ସମନ ନେଇ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 9, 2023, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.