ETV Bharat / state

ବଲାଙ୍ଗୀରରେ ସରିଲା "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Oct 10, 2023, 5:51 PM IST

ବଲାଙ୍ଗୀରରେ ସରିଲା ବିଜେପିର ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ। ବଲାଙ୍ଗୀର ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ସରିଲା "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ
ବଲାଙ୍ଗୀରରେ ସରିଲା "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ
ବଲାଙ୍ଗୀରରେ ସରିଲା "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ

ବଲାଙ୍ଗୀର: ସରିଲା ବିଜେପିର ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ । ବଲାଙ୍ଗୀର ଜିଲ୍ଲାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି । ତେବେ ଏହି ଅବସରରେ ରାଜ୍ୟ ସରକାରକୁ ଅପାରଗ ସରକାର ବୋଲି କହିବା ସହ ରାଜ୍ୟରେ ଗଣତନ୍ତ୍ରର ଉପହାସ ହେଉଛି ବୋଲି ଅଭିଯୋଗ କରିଛନ୍ତି ।

ତେବେ ବଲାଙ୍ଗୀର ଜିଲ୍ଲାରେ ବିଜେପିର "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମର ଉଜ୍ଜାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନି ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଜିଲ୍ଲାର ବହୁ ବିଜେପି କର୍ମୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଅମୃତ ମାଟି ସଂଗ୍ରହ କରିଥିଲେ । ଆଜି କାର୍ଯ୍ୟକ୍ରମର ଅନ୍ତିମ ଦିନରେ ବଲାଙ୍ଗୀର ସର୍କିଟ ହାଉସରେ ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Two BJP factions Face off: ବଲାଙ୍ଗୀର ବିଜେପିରେ ଗୋଷ୍ଠୀ କନ୍ଦଳ, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ !

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି " ଏହି କାର୍ଯ୍ୟକ୍ରମ କଣ୍ଟାମାଳରୁ ଆରମ୍ଭ ହୋଇ ନୂଆପଡ଼ା, କଳାହାଣ୍ଡି ହୋଇ ବଲାଙ୍ଗୀରରେ ପହଞ୍ଚିଥିଲା । ଯେଉଁଥିରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି, ପଟଣାଗଡ଼ ଟିଟିଲାଗଡ଼ ପରେ ବଲାଙ୍ଗୀରରେ ଏହା ପହଞ୍ଚିଥିଲା । ଏଠି ଗାଁ ଗାଁରୁ ଅମୃତ ମାଟି ସଂଗ୍ରହ କରା ଯାଇଛି । ଯାହା ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଯିବା ସହ ସେଠାରୁ ଦିଲ୍ଲୀ ଯିବ । ସେଠି ଅମୃତ ବାଟିକା ନିର୍ମାଣରେ ଏହି ମାଟି ବ୍ୟବହାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଏହାର ଶିଳାନ୍ୟାସ କରିବେ ।"

ଏହି ଅବସରରେ ମନମୋହନ ବିଭିନ୍ନ ମାମଲାରେ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଓଡ଼ିଶାରେ ସରକାର ଶାସନ କରୁନାହାନ୍ତି । ଏଠି ଅଫିସର ଅମଲାତନ୍ତ୍ରର ଶାସନ ଚାଲିଛି । ଯାହା ଗଣତନ୍ତ୍ରର ଉପହାସ । ସେହିପରି ରାଜ୍ୟ ସରକାର ଗରିବ ବିରୋଧୀ, ଛାତ୍ର ବିରୋଧୀ ବୋଲି ସେ କହିଛନ୍ତି । ଏହାସହ ଓଡ଼ିଶାରୁ କାମ ଧନ୍ଦା ଅଭାବରୁ ଦେଢ଼ କୋଟି ଯୁବକ ଦାଦନ ଖଟିବାକୁ ଯାଉଛନ୍ତି । ଏହି ଅବସ୍ଥା ବଲାଙ୍ଗୀର ଜିଲ୍ଲାରେ ଅଧିକ ଦେଖିବାକୁ ମିଳୁଛି । ସମାନ ଭାବରେ ବଲାଙ୍ଗୀରରେ ଜଳସେଚନ, କଳକାରଖାନା ଭଳି ବ୍ୟବସ୍ଥା ସରକାର ଆଜି ଯାଏଁ କରିପାରିନାହାନ୍ତି ଏବଂ ବିକାଶ ନାଁରେ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେହିପରି ଚାଷୀମାନେ ରାଜ୍ୟରେ ନିଷ୍ପେସିତ ଥିବା ବେଳେ ଓଡ଼ିଶାରେ ବିଜେପି ସରକାର ଆସିଲେ ସାମଗ୍ରିକ ବିକାଶ ହେବ ବୋଲି ମନମୋହନ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.