ETV Bharat / state

କନ୍ୟାଶ୍ରମର ଛାତ୍ରୀ ପାଞ୍ଚ ମାସର ଗର୍ବବତୀ ! ବ୍ୟବସ୍ଥା ଓ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ବଲାଙ୍ଗୀରରେ ଲଜ୍ଜା । ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ । କନ୍ୟାଶ୍ରମର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ
minor girl pregnant in balangir
author img

By

Published : Feb 28, 2023, 10:45 PM IST

ପୁଣି ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ବଲାଙ୍ଗୀର: ପୁଣି ଗର୍ଭବତୀ ହେଲେ ନାବାଳିକା । ବଲାଙ୍ଗୀର ଜିଲ୍ଲା ସ୍ଥିତ ଏକ ଆଦିବାସୀ କନ୍ୟାଶ୍ରମରେ ଜଣେ ନବମ ଶ୍ରେଣୀର ଛାତ୍ରୀ ପାଞ୍ଚ ମାସର ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମ୍ପୃକ୍ତ ଛାତ୍ରୀ ଜଣକ ବଲାଙ୍ଗୀର ଭିମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ନାବାଳିକା ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଜଣେ ଯୁବକକୁ ଅଟକ ରଖି ତଦନ୍ତ କରୁଛି । ଏହି ଘଟଣାଟି ଲୋକ ଲୋକଲୋଚନକୁ ଆସିବା ପରେ ଆଦିବାସୀ କନ୍ୟାଶ୍ରମର ବ୍ୟବସ୍ଥା ଓ ସୁରକ୍ଷା ନେଇ ଉଠିଛି ବଡ ପ୍ରଶ୍ନ ।

ଏହା ମଧ୍ୟ ପଢ଼ନ୍ତୁ: Odisha Assembly: ବିଜେଡି ସଂକେତ ଦେଲା ଆଗାମୀ ନିର୍ବାଚନରେ ବିରୋଧୀ ଭୂମିକା ନିଭାଇବ: ମୋହନ ମାଝୀ

ଏହି ଘଟଣା ନେଇ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସିଧା ସଳଖ କନ୍ୟାଶ୍ରମର ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦୋଷ ଦେଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ମାନେ ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ଆଦିବାସୀ ନେତ୍ରୀ ଗାୟତ୍ରୀ ଭୋଇ କହିଛନ୍ତି, "ଗରିବ ମାଆ ବାପା ସେମାନଙ୍କ ଝିଅର ଭବିଷ୍ୟତ ଗଢିବା ପାଇଁ କନ୍ୟାଶ୍ରମ ବା ଆଦିବାସୀ ହଷ୍ଟେଲରେ ଛାଡିଥାନ୍ତି । ହେଲେ ଏଭଳି ଘଟଣା ଆଶ୍ରମର ସୁରକ୍ଷା ଓ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଏଭଳି ପରିସ୍ଥିତିରେ ଅଭିଭାବକ ନିଜ ପିଲାଙ୍କୁ ଛାଡ଼ିବେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରବେଶ ପାଇଁ ମୁସଲିମ IRS ଅଫିସରଙ୍କ ଜିଦ, ବାରଣ କରିବାରୁ ପ୍ରୋଟକଲ ଅଫିସରଙ୍କୁ ବଦଳି

ସେହିପରି ଜିଲ୍ଲା ଆଦିବାସୀ ସଂଘର ଉପଦେଷ୍ଟା ସତ୍ୟ ଭୋଇ ମଧ୍ୟ ଏହି ଘଟଣାରେ ସିଧା ସଳଖ ସମ୍ପୃକ୍ତ କନ୍ୟାଶ୍ରମର ପରିଚାଳକ ଓ ଆଦିବାସୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦୋଷୀ ବୋଲି କହିଛନ୍ତି । କନ୍ୟାଶ୍ରମ ପରିଚାଳକକୁ ଗିରଫ କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବାରୁ ସେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆଦିବାସୀ ସଶସ୍ତ୍ର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟରେ ବାରମ୍ବାର ଆବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ରୀ ଗର୍ଭବତୀ ଘଟଣା ଘଟୁଛି । ଯାହା ବିଦ୍ୟାଳୟ ମାନଙ୍କରେ ସରକାରୀ ବ୍ୟବସ୍ଥା ଓ ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି । ତେବେ ଜିଲ୍ଲା ପ୍ରଶାସନ ଏଦିଗରେ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସଭିଙ୍କ ନଜର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.