ETV Bharat / state

ସମିତି ସଭ୍ୟ ଦାଦନ ଖଟି ଯିବା ଘଟଣା, ମନ୍ତ୍ରୀଙ୍କ ପାଖରେ ନାହିଁ ଖବର

author img

By

Published : Apr 14, 2023, 11:14 AM IST

ବଲାଙ୍ଗୀରରେ ପଞ୍ଚାୟତ ସମିତି ସଭ୍ୟ ବାହାର ରାଜ୍ୟକୁ ଦାଦନ ଖଟି ଯିବା ଘଟଣା । ସେମିତି କିଛି ଖବର ମିଳିନି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ସମିତି ସଭ୍ୟ ଦାଦନ ଖଟି ଯିବା ଘଟଣା
ସମିତି ସଭ୍ୟ ଦାଦନ ଖଟି ଯିବା ଘଟଣା
ସମିତି ସଭ୍ୟ ଦାଦନ ଖଟି ଯିବା ଘଟଣା

ବଲାଙ୍ଗୀର: ପେଟପାଟଣା ପାଇଁ ବଲାଙ୍ଗୀରରେ ପଞ୍ଚାୟତ ସମିତି ସଭ୍ୟ ବାହାର ରାଜ୍ୟକୁ ଦାଦନ ଖଟି ଯିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ହେଲେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ ଅଦ୍ୟାବିଧି କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଆଶ୍ଚର୍ଯ୍ୟର କଥା ହେଉଛି, ନିଜ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଜଣେ ଜନ ପ୍ରତିନିଧି ଦାଦନ ଖଟିବାକୁ ଯାଇଥିବାବେଳେ ଖୋଦ୍ ମନ୍ତ୍ରୀଙ୍କ ପାଖରେ ମଧ୍ୟ ଏନେଇ ଖବର ନାହିଁ । ସମ୍ପୃକ୍ତ ସମିତି ସଭ୍ୟ ବିଜେଡି ସମର୍ଥିତ ହୋଇଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ ଏ କଥା ନ ଜାଣିବା ଅନେକ ପ୍ରଶ୍ନ ଛିଡା କରିଛି ।

ଏହି ଘଟଣାରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ, ସମିତି ସଭ୍ୟ ଦାଦନ ଖଟିବାକୁ ଯିବା ଖବର ତାଙ୍କ ପାଖରେ ନାହିଁ । ଯଦି ସେଭଳି କିଛି ସମସ୍ୟା ଥାଏ ତେବେ ଏହାର ତଦନ୍ତ କରି ତଦନୁସାରେ ପଦକ୍ଷେପ ନେବେ । ତେବେ ଖୋଦ ସମିତି ସଭ୍ୟ କାମଧନ୍ଦା ନପାଇ ପେଟ ପୋଷିବାକୁ ବାହାର ରାଜ୍ୟକୁ ଯାଉଥିବାବେଳେ ଏ ଯାଏଁ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ଶ୍ରମ ବିଭାଗ କୌଣସି ପଦକ୍ଷେପ ନେଇ ପାରିନାହିଁ ।

ବାଲଙ୍ଗୀର ଜିଲ୍ଲା ଆଜି ବି ଦାଦନ ସମସ୍ୟାରେ ପ୍ରପୀଡିତ । ଏଠାକାର ଲୋକେ ଗରିବୀ ଓ ଅଭାବ ଅନାଟନରେ ପୀଡିତ ହୋଇ ବାହାର ରାଜ୍ୟକୁ ପେଟ ପାଟଣା ପାଇଁ ଯାଇଥାନ୍ତି । ଦାଦନ ଜିଲ୍ଲାର ପ୍ରମୁଖ ସମସ୍ୟା ହୋଇଥିଲେ ହେଁ ତମାମ ସରକାରୀ ଯୋଜନା ଏମାନଙ୍କ ପାଇଁ ସୁଫଳ ହେଉନଥିବା ଅଭିଯୋଗ ହୋଇଆସୁଛି । ଏସବୁ ଭିତରେ ଜଣେ ଜନ ପ୍ରତିନିଧି ପେଟର କ୍ଷୁଧା ପାଇଁ ବାହାର ରାଜ୍ୟକୁ ଯିବା ଚର୍ଚ୍ଚାରେ ରହିଛି ।

ଏହାମଧ୍ୟ ପଢନ୍ତୁ: ଗରିବିର ବିକଳ ଚିତ୍ର, ଦାଦନ ଖଟିବାକୁ ଗଲେ ଜନପ୍ରତିନିଧି

ଟିଟିଲାଗଡ଼ ବ୍ଲକ ସୂର୍ଡା ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟ କମଲେଶ ସୁନା ପେଟପାଟଣା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଇଛନ୍ତି । ସେ ଗତ ପଞ୍ଚାୟତ ନିର୍ବାଚନରେ ସମିତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଅଞ୍ଚଳର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ହେଲେ ସେ ନିଜେ ଜନ ପ୍ରତିନିଧି ହୋଇ କାମ ନ ପାଇ ଶେଷରେ ନିଜ ସ୍ତ୍ରୀ ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ତାଙ୍କ ପଛରେ ବୃଦ୍ଧ ବାପା ମାଆ ଓ ତାଙ୍କ ଚାରି ବର୍ଷର ଶିଶୁ ଏବେ ଏକା ଗାଁରେ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ଏହା ପୂର୍ବରୁ ଦେଓଗାଁ ବ୍ଲକ ଉପାଧ୍ୟକ୍ଷ ଦାଦନ ଖଟି ଯିବା ଚର୍ଚ୍ଚାରେ ରହିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.