ବଲାଙ୍ଗୀର: ମାନବିକତାର ପରିଚୟ ଦେଲେ ମନ୍ତ୍ରୀ । ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଲେ । ଏଥିସହ ଡାକ୍ତରଖାନାରେ ମହିଳାଙ୍କ ପାଖରେ ରହି ଚିକିତ୍ସା ପାଇଁ ଡାକ୍ତରଙ୍କ ସାହାଯ୍ୟ ଯାଗୋଇଦେଲେ ଆହତ ମହିଳାଙ୍କୁ ।
ସୂଚନା ଅନୁଯାୟୀ ଆଜି (ଶୁକ୍ରବାର) ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ସର୍କିଟ ହାଉସରେ ଜିଲ୍ଲା ପରିଷଦ ବୈଠକରେ ଯୋଗଦେଇ ଟିଟିଲାଗଡ ଫେରୁଥିଲେ । ଏହିସମୟରେ ସଇଁତଳା ନିକଟ ଜାତୀୟ ରାଜପଥ ବରଗାଁ ନିକଟରେ ଲୋକଙ୍କ ଭିଡ଼ ଯମିଥିବା ଦେଖିବାକୁ ପାଇଥିଲେ । ଏହାର କରାଣ ପଚାରି ସେଠାରୋ ଦୁର୍ଘଟଣା ଘଟିଥିବା ଜାଣିବାକୁ ପାଇଥିଲେ ମନ୍ତ୍ରୀ ଟୁକୁନୀ ସାହୁ ।
ଖାବର ପାଇ ସାଙ୍ଗେ ସାଙ୍ଗେ ବିଳମ୍ବ ନ କରି ନିଜେ ଗାଡିରୁ ଓହ୍ଲାଇ ସମ୍ପୃକ୍ତ ଆହତ ମହିଳାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଏବଂ ନିଜେ ଉପସ୍ଥିତ ରହି ତାଙ୍କର ଚିକିତ୍ସା କରାଇଛନ୍ତି । ତେବେ ଆହତ ମହିଳାଙ୍କ ପରିଚୟ ମିଳି ନ ଥିବାବେଳେ ମନ୍ତ୍ରୀଙ୍କ ଏହି ମହତ୍ କାମକୁ ସବୁଠି ପ୍ରଶଂସା କରାଯାଇଛି । ତେବେ ପୂର୍ବରୁ ମଧ୍ୟ ସେ ଏହିଭଳି କାର୍ଯ୍ୟ କରି ଚର୍ଚ୍ଚାରେ ରହି ଆସିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ