ବଲାଙ୍ଗିର: ରାଜ୍ୟରୁ ଆଉଜଣେ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ । ନୟାଗଡର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ ବଲାଙ୍ଗିର କଣ୍ଟାବାଞ୍ଜିରୁ ଆସିଛି ଆଉ ଏକ ଅଂଶୁଘାତ ଜନିତ ମୃତ୍ୟୁ ଖବର । ମୃତ ଯୁବକ ମହାରାଷ୍ଟ୍ରର ହୋଇଥିବା ସୂଚନା ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଚକ୍ରଧର ଥାନା ଅନ୍ତର୍ଗତ ନ୍ୟୁ ପେଡ଼ିପେଟାର ଜଣେ ଯୁବକ କେତନ ସୁଧାକର ରାଓ ଭାଇଙ୍କୁ ନେଇ ବାଇକ ଯୋଗେ କଣ୍ଟାବାଞ୍ଜିରେ ଛାଡିବା ପାଇଁ ଆସିଥିଲେ । ବାଟରେ ଶୌଚ ପାଇଁ ପାଖ ଏକ ପୋଖରୀକୁ ଯାଉଥିବା ସମୟରେ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ ।
ପୋଲିସ୍ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡ଼ାକ୍ତରଖାନାରେ ଭର୍ତ୍ତି କରି ଥିବାବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଂଶୁଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବେଳେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ