ETV Bharat / state

ଟ୍ରାକ୍ଟର ଡାଲା ଓଲଟି ଜଣେ ମୃତ - man dead in accident in balangir

ରବିବାର ବଲାଙ୍ଗୀରରେ ଟ୍ରାକ୍ଟର ଡାଲା ଓଲଟି ପଡିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଅଧିକ ପଢନ୍ତୁ...

man dead in accident at` balangir
ଟ୍ରାକ୍ଟର ଡାଲା ଓଲଟି ବ୍ୟକ୍ତିଙ୍କ ମୃତ୍ୟୁ
author img

By

Published : Feb 3, 2020, 4:43 PM IST

ବଲାଙ୍ଗୀର: ରବିବାର ଜିଲ୍ଲାରେ ଟ୍ରାକ୍ଟର ଡାଲା ଓଲଟି ପଡିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।

ବଲାଙ୍ଗୀର ତୁଷୁରା ଠାରେ ଏକ ରଡ୍‌ ବୋଝେଇ ଟ୍ରାକ୍ଟର ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ରାସ୍ତାରେ ଯାଉଥିବା କେନାଲୁ ଗୁମର ନାମକ ଜଣେ ବ୍ୟକ୍ତି ଟ୍ରାକ୍ଟର ଡାଲା ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଟ୍ରାକ୍ଟର ଡାଲା ଓଲଟି ବ୍ୟକ୍ତିଙ୍କ ମୃତ୍ୟୁ

ଏପଟେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ମୃତଦେହକୁ ତୁଷୁରା ଗୁଦ୍ଭେଲା ଠାରେ ରଖି ରାସ୍ତାରୋକ କରିବା ସହ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।

ସେପଟେ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଛି। ଏଯାଏଁ ଆନ୍ଦୋଳନକାରୀଙ୍କ ସହ ପ୍ରଶାସନର ଆଲୋଚନା ହୋଇନଥିବାରୁ ଆନ୍ଦୋଳନ ଜାରି ରହିଛି।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଂଗୀର ଆଜି ଏକ ଟ୍ରାକ୍ଟର ଡାଲା ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାର ଓ ଗ୍ରାମ ବାସି କ୍ଷ୍ୟତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି । Body:ବଲାଂଗୀର ଆଜି ଏକ ଟ୍ରାକ୍ଟର ଡାଲା ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାର ଓ ଗ୍ରାମ ବାସି କ୍ଷ୍ୟତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି । ବଲାଂଗୀର ତୁଷୁରା ଠାରେ ଏକ ଲୁହାଛଡ଼ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ସହର ମଧ୍ୟରେ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ରାସ୍ତାରେ ଯାଉଥିବା କେନାଲୁ ଗୁମର ବୋଲି ଜଣେ ବ୍ୟକ୍ତି ଟ୍ରାକ୍ଟର ର ଡାଲା ତଳେ ଚାପି ହୋଇ ଯାଇଥିଲେ। ଏବଂ ଘଟଣା ସ୍ଥଳରେ ତାଙ୍କର ମୃତୁ ହୋଇଥିଲା। ସେପଟେ ତାଙ୍କ ଘର ଲୋକ ଓ ଗ୍ରାମ ବାସି ଏହି ଘଟଣା କୁ ନେଇ ଶବ ରଖି ରାସ୍ତା ରୋକ କରିବା ସହ ମୃତକଙ୍କୁ ଦଶ ଲକ୍ଷ ଟଙ୍କା ସାହାଯ୍ୟ ଦାବି କରିଛନ୍ତି । ଏବଂ ତୁଷୁରା ଗୁଦ୍ଭେଲା ରାସ୍ତା କୁ ଅବରୋଧ କରିଛନ୍ତି। ସେପଟେ ତୁଷୁରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଛି। ତେବେ ଏଯାଏଁ ଆନ୍ଦୋଳନ କାରୀଙ୍କ ସହ ପ୍ରଶାସନର କେହି ଆଲୋଚନା କରି ନଥିବା ବେଳେ ଆନ୍ଦୋଳନ ଜାରି ରହିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.