ETV Bharat / state

ମମିତା ହତ୍ୟାକାଣ୍ଡ ଘଟଣା: AIDSO, AIMSSର ୧୨ ଘଣ୍ଟିଆ ବନ୍ଦ ଡାକରା

author img

By

Published : Oct 20, 2021, 8:09 PM IST

Updated : Oct 20, 2021, 8:15 PM IST

କଳାହାଣ୍ଡିରେ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି AIDSO ଓ AIMSS । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ ଘଟଣା: AIDSO, AIMSSର ୧୨ ଘଣ୍ଟିଆ ବନ୍ଦ ଡାକରା
ମମିତା ହତ୍ୟାକାଣ୍ଡ ଘଟଣା: AIDSO, AIMSSର ୧୨ ଘଣ୍ଟିଆ ବନ୍ଦ ଡାକରା

ବଲାଙ୍ଗୀର: କଳାହାଣ୍ଡି ସନସାଇନ ସ୍କୁଲର ଶିକ୍ଷୟିତ୍ରୀଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଜି (ବୁଧବାର) ବଲାଙ୍ଗୀର AIDSO ସଙ୍ଗଠନ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଯେଉଁଥିରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ତେବେ ମମିତା ମେହେରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗୋବିନ୍ଦ ସାହୁଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ସେହିପରି ଏଥିରେ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତାଙ୍କୁ ମଧ୍ୟ ଶୀଘ୍ର ବରଖାସ୍ତ କରିବା ସହ ଗିରଫ କରିବାକୁ ସଙ୍ଗଠନ ପକ୍ଷରୁ ଦାବି ହୋଇଛି ।

ସେପଟେ ମନ୍ତ୍ରୀଙ୍କ ପ୍ରରୋଚନାରେ ବଲାଙ୍ଗୀର ପୋଲିସ ଏହି ମାମଲା ଚାପି ଦେବାକୁ ଉଦ୍ୟମ କରୁଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଆଉ ଏଥିପାଇଁ ସେମାନେ ଆସନ୍ତାକାଲି (ଗୁରୁବାର) ବଲାଙ୍ଗୀର ଜିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ତେବେ ପୂର୍ବରୁ ଜିଲ୍ଲା ବିଜେପି ବନ୍ଦ ଡାକରା ଦେଇଥିବାବେଳେ ଏବେ AIDSO ଓ AIMSS ମଧ୍ୟ ଏହି ବନ୍ଦ ଡାକରା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 20, 2021, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.