ETV Bharat / state

କୋରୋନା ପାଇଁ ଫିକା ପଡିଲା ମହମ୍ମଦଙ୍କ ଜୟନ୍ତୀ

କୋରୋନା କଟକଣା ପାଇଁ ସବୁ ପର୍ବପର୍ବାଣୀ ପାଳନ ଫିକା ପଡିଥିବା ବେଳେ ସମାନ ଭାବରେ ଶୁକ୍ରବାର ମୁସଲିମ ମାନଙ୍କ ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ପାଳନ ମଧ୍ୟ ଫିକା ପଡିଛି। ଅଧିକ ପଢନ୍ତୁ...

author img

By

Published : Oct 30, 2020, 7:20 PM IST

କୋରୋନା ପାଇଁ ଫିକା ପଡିଲା ମହମ୍ମଦଙ୍କ ଜୟନ୍ତୀ
କୋରୋନା ପାଇଁ ଫିକା ପଡିଲା ମହମ୍ମଦଙ୍କ ଜୟନ୍ତୀ

ବଲାଙ୍ଗୀର: କୋରୋନା କଟକଣା ପାଇଁ ବଲାଙ୍ଗୀରରେ ଫିକା ପଡିଲା ମହମ୍ମଦଙ୍କ ଜୟନ୍ତୀ ପାଳନ। କୋରୋନା କଟକଣା ପାଇଁ ସବୁ ପର୍ବପର୍ବାଣୀ ପାଳନ ଫିକା ପଡିଥିବା ବେଳେ ସମାନ ଭାବରେ ଶୁକ୍ରବାର ମୁସଲିମ ମାନଙ୍କ ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ପାଳନ ମଧ୍ୟ ଫିକା ପଡିଛି।

ସାଧାରଣତଃ ଆଜିର ଦିନରେ ସହରର ସବୁ ମୁସଲମାନ ଭାଇ ମସଜିଦରେ ସମୂହ ନମାଜ ପାଠ କରିବା ସହ ସହରରେ ଏକ ଶାନ୍ତି ଶୋଭାଯାତ୍ରା କରିଥାନ୍ତି। ଏଥିସହ ମସଜିଦରେ ଆୟୋଜିତ ହେଉଥିବା ସାମୁହିକ ଲଙ୍ଗରରେ ସେମାନେ ଅଂଶ ଗ୍ରହଣ କରିଥାନ୍ତି।

କୋରୋନା ପାଇଁ ଫିକା ପଡିଲା ମହମ୍ମଦଙ୍କ ଜୟନ୍ତୀ

ହେଲେ ଏବର୍ଷ କୋରୋନା କଟକଣା ଯୋଗୁଁ ସବୁ ମସଜିଦ ବନ୍ଦ ଥିବାବେଳେ ଅନ୍ୟ ସବୁ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି। ଫଳରେ ସବୁ ମୁସଲିମ ଭାଇ ଭଉଣୀ ମାନେ ନିଜ ଘରେ ରହି ମହମ୍ମଦ ଜୟନ୍ତୀ ପାଳନ କରିବା ସହ ରୀତିନୀତି ଅନୁସାରେ ପୂଜା ପାଠ କରିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.