ETV Bharat / state

ମମିତା ମେହେର ହତ୍ୟା ମାମଲା: DIGଙ୍କୁ ଭେଟିଲେ ମୃତା ଶିକ୍ଷୟିତ୍ରୀଙ୍କ ପରିବାର

ବଲାଙ୍ଗୀରର ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ବୁଧବାର ପୋଲିସ ଖୁଲାସା କରିଛି । ସେପଟେ ମୃତକଙ୍କ ପରିବାର ଲୋକେ ବଲାଙ୍ଗୀର ଏସପି ଓ ଡିଆଇଜିଙ୍କୁ ସାକ୍ଷାତ କରି ଉଚିତ ନ୍ୟାୟ ପାଇଁ କରିଛନ୍ତି ଦାବି । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟା ମାମଲା: DIGଙ୍କୁ ଭେଟିଲେ ମୃତା ଶିକ୍ଷୟିତ୍ରୀଙ୍କ ପରିବାର
ମମିତା ମେହେର ହତ୍ୟା ମାମଲା: DIGଙ୍କୁ ଭେଟିଲେ ମୃତା ଶିକ୍ଷୟିତ୍ରୀଙ୍କ ପରିବାର
author img

By

Published : Oct 20, 2021, 10:09 PM IST

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେପଟେ ମୃତକଙ୍କ ପରିବାର ଲୋକେ ବଲାଙ୍ଗୀର ଏସପି ଓ ଡିଆଇଜିଙ୍କୁ ସାକ୍ଷାତ କରି ଉଚିତ ନ୍ୟାୟ ପାଇଁ କରିଛନ୍ତି ଦାବି । ମମିତାଙ୍କ ହତ୍ୟା ଘଟଣା ସମ୍ପର୍କରେ ବୁଧବାର ପୋଲିସ ଖୁଲାସା କରିଛି । ଯୋଜନାବଦ୍ଧ ଷଡଯନ୍ତ୍ର ଭାବରେ ମମିତାଙ୍କ ହତ୍ୟା କରାଯାଇଥିବା କହିଛି ପୋଲିସ ।

ମହାଲିଙ୍ଗ ହତ୍ୟା ମାମଲା: DIGଙ୍କୁ ଭେଟିଲେ ମୃତ ମମିତାଙ୍କ ପରିବାର

ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ତଥା କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁକୁ ଗିରଫ କରିଥିଲା ପୋଲିସ । ଗୋବିନ୍ଦକୁ କୋର୍ଟ ଚାଲାଣ ପରେ ପାଞ୍ଚ ଦିନିଆ ରିମାଣ୍ଡରେ ଆଣି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମୃତ ମମିତାଙ୍କ ପରିବାର ଲୋକେ ବଲାଙ୍ଗୀର ଆସି ଏସପି ଓ ଡିଆଇଜିଙ୍କୁ ଭେଟିଛନ୍ତି ।

ପୋଲିସର ଏହି ତ୍ୱରିତ ପଦକ୍ଷେପରେ ସନ୍ତୁଷ୍ଟ ଥିବାବେଳେ ତାଙ୍କ ପକ୍ଷରୁ ଯଥା ସମ୍ଭବ ସହଯୋଗ କରି ଆସୁଥିବାର କହିଛନ୍ତି ପରିବାର ଲୋକେ । ସେହିପରି ଆଗକୁ ମଧ୍ୟ ସେମାନେ ପୋଲିସକୁ ସହଯୋଗ କରିବେ ବୋଲି କହିଛନ୍ତି । ତେବେ ତାଙ୍କ ଝିଅକୁ ଉଚିତ୍ ନ୍ୟାୟ ଦାବି କରିଛନ୍ତି ମମତାଙ୍କ ପରିବାର ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.