ETV Bharat / state

ପ୍ରେମରେ ଅନ୍ଧ ମହିଳା ନିଜ ସନ୍ତାନ ପରିବାର ଛାଡି କଲେ ବିବାହ - woman left her child family

ପ୍ରେମରେ ଅନ୍ଧ ଜଣେ ବିବାହିତ ମହିଳା ନିଜ ସ୍ଵାମୀ ଓ ଦୁଇ ସନ୍ତାନକୁ ଛାଡ଼ି ନିଜ ପ୍ରେମିକକୁ ପୋଲିସର ଉପସ୍ଥିତିରେ ବିବାହ କରିବା ଏବେ ଏଠି ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

love is blind, woman left her child family and got married
ପ୍ରେମରେ ଅନ୍ଧ ମହିଳା ନିଜ ସନ୍ତାନ ପରିବାର ଛାଡି କଲେ ବିବାହ
author img

By

Published : Jun 1, 2021, 10:36 PM IST

ବଲାଙ୍ଗୀର: ପ୍ରେମରେ ଅନ୍ଧ ଜଣେ ବିବାହିତ ମହିଳା ନିଜ ସ୍ଵାମୀ ଓ ଦୁଇ ସନ୍ତାନକୁ ଛାଡ଼ି ନିଜ ପ୍ରେମିକକୁ ପୋଲିସର ଉପସ୍ଥିତିରେ ବିବାହ କରିବା ଏବେ ଏଠି ଚର୍ଚ୍ଚାର ବିଷୟ ପାଲଟିଛି ।

ବଲାଙ୍ଗୀର ଖପ୍ରାଖୋଲ ଥାନା ଅନ୍ତର୍ଗତ ଅନକାମୁରା ଗ୍ରାମର ଭଜନ ଲାଲ ବାରଲେଡିଆଙ୍କୁ ମହିଳା ସବିତା ରୀତିନୀତି ଅନୁସାରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲା ।

ପ୍ରେମରେ ଅନ୍ଧ ମହିଳା ନିଜ ସନ୍ତାନ ପରିବାର ଛାଡି କଲେ ବିବାହ

ତେବେ ବିବାହିତ ମହିଳା ସବିତାଙ୍କ ଏହି ଗ୍ରାମର ଯୁବକ ମୁକେଶ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳା ଜଣକ ନିଜ ପ୍ରେମିକ ସହ ନିଜ ସନ୍ତାନ ଓ ସ୍ଵାମୀଙ୍କୁ ଛାଡ଼ି ଫେରାର ମାରିଥିଲେ । ସେପଟେ ତାଙ୍କ ସ୍ଵାମୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପ୍ରେମିକ ମୁକେଶ ମହିଳାଙ୍କୁ ବାଟରେ ଛାଡ଼ି ଫେରାର ହୋଇ ଯାଇଥିଲେ ।

ସେପଟେ ପୋଲିସ ମହିଳାଙ୍କୁ ଉଦ୍ଧାର କରିଥିଲେ । ଯାହାପରେ ତାଙ୍କ ସ୍ଵାମୀ ତାଙ୍କୁ ଆଉ ସ୍ବୀକାର ନା କରିବାରୁ ମହିଳାଙ୍କୁ ପୋଲିସ୍ ବଲାଙ୍ଗୀର ସ୍ଵଧାର ଗୃହରେ ରଖିଥିଲା ।

ଅନ୍ୟପଟେ ପୋଲିସ ପ୍ରେମିକ ମୁକେଶକୁ ଠାବ କରିବା ପରେ ଆଜି ଏହି ଦୁଇ ଜଣଙ୍କର ଖପ୍ରାଖୋଲ ଥାନାରେ ପୋଲିସର ଉପସ୍ଥିତିରେ ବିବାହ ହୋଇଥିଲା । ତେବେ ଏହି ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.