ETV Bharat / state

ଜାନୁଆରୀ ୨୦ରୁ ଆରମ୍ଭ ହେବ ବଲାଙ୍ଗୀର ଲୋକଉତ୍ସବ ଓ ପଲ୍ଲିଶ୍ରୀ ମେଳା

ଆସନ୍ତା ଜାନୁଆରୀ ମାସ 20 ତାରିଖରୁ ଅନୁଷ୍ଠିତ ହେବ ଲୋକଉତ୍ସବ ଓ ପଲ୍ଲିଶ୍ରୀ ମେଳା । ଏଥିରେ ରାଜ୍ୟ ଓ ରାଜ୍ୟ ବାହାର କଳାକାରଙ୍କ କଳାର ହେବ ସଙ୍ଗମ । ଗତ ଦୁଇ ବର୍ଷ ବ୍ୟବଧାନ ପରେ ବଲାଙ୍ଗୀରରେ ଧୁମଧାମରେ ଆୟୋଜିତ ହେବ ଲୋକ ଉତ୍ସବ ଓ ପଲ୍ଲୀଶ୍ରୀ ମେଳା। ଅଧିକ ପଢ଼ନ୍ତୁ

Lokaustav and Palishree mela to start from January 20 at Balangir
୨୦ରୁ ଆରମ୍ଭ ହେବ ଲୋକଉତ୍ସବ ଓ ପଲ୍ଲୀଶ୍ରୀ ମେଳା
author img

By

Published : Dec 8, 2022, 9:52 PM IST

ବଲାଙ୍ଗୀର : ଆସନ୍ତା ଜାନୁଆରୀ ମାସ 20 ତାରିଖରୁ ଅନୁଷ୍ଠିତ ହେବ ଲୋକଉତ୍ସବ ଓ ପଲ୍ଲିଶ୍ରୀ ମେଳା। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାର କଳାକାର ଏକା ସାଙ୍ଗରେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଦୁଇ ବର୍ଷ ବ୍ୟବଧାନ ପରେ ବଲାଙ୍ଗୀରରେ ଧୁମଧାମରେ ଆୟୋଜିତ ହେବ ଲୋକ ଉତ୍ସବ ଓ ପଲ୍ଲିଶ୍ରୀ ମେଳା । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

୨୦ରୁ ଆରମ୍ଭ ହେବ ଲୋକଉତ୍ସବ ଓ ପଲ୍ଲିଶ୍ରୀ ମେଳା

ବୈଠକରେ ଜିଲ୍ଲାର ସବୁ କଳା ଓ ସାଂସ୍କୃତିକ ସଂଗଠନ ସହିତ ସ୍ଥାନୀୟ ପ୍ରତିନିଧି ସାମିଲ ହୋଇଥିଲେ । ଏଥିରେ ଲୋକକଳା ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଆଲୋଚନା ହୋଇଛି । ଲୋକ ଉତ୍ସବ ସାଙ୍ଗକୁ ପଲ୍ଲୀଶ୍ରୀ ମେଳା ଓ ହକି ବିଶ୍ୱକପ୍‌ର ମଧ୍ୟ ଏଠାରେ ସିଧା ପ୍ରସାରଣର ବ୍ୟବସ୍ଥା ରହିବ ।

ଜାନୁଆରୀ ପହିଲାରୁ ପ୍ରଥମେ ଗ୍ରାମଞ୍ଚଳ ପଞ୍ଚାୟତ ଓ ବ୍ଲକସ୍ତରରେ ଲୋକଉତ୍ସବ ଆୟୋଜିତ ହେବ । ଜାନୁଆରୀ 20ରୁ 24 ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଲୋକୋତ୍ସବ ସ୍ଥାନୀୟ କୋଶଳ କଳା ମଣ୍ଡପରେ ଆୟୋଜିତ ହେବ। ଏଥିରେ ଲୋକ ନୃତ୍ୟ ଗୀତ ରାଜ୍ୟ ବାହାର କଳାକାର ଓ ସଂଗଠନର ସଦସ୍ୟ ତାଙ୍କର କଳା ପ୍ରଦର୍ଶିତ କରିବେ ।

ସେହିପରି ଏଥର ପ୍ରଥମ କରି ଏଠି ଷ୍ଟାର୍‌ ନାଇଟ୍‌ର ଆୟୋଜନ ହେବ । ଯେଉଁଥିରେ ନାମିଦାମୀ ଗାୟକମାନେ ସଙ୍ଗୀତ ପରିବେଷଣ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଲୋକଙ୍କ ଏହି ଉତ୍ସବ ଭବ୍ୟ ତରିକାରେ ପାଳନ କରାଯିବା ନେଇ ଜିଲ୍ଲାପାଳ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.