ବଲାଙ୍ଗୀର: ଦୀର୍ଘ ଦୁଇ ବର୍ଷ ପରେ ବଲାଙ୍ଗୀରରେ ଅନୁଷ୍ଠିତ ହେବ ଲୋକକଳା ଉତ୍ସବ । କେନ୍ଦ୍ରୀୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବଲାଙ୍ଗୀର ଦୁଲଦୁଲି କଳା ପରିଷଦ ଦ୍ବାରା ଏହି ଉତ୍ସବ ଆୟୋଜିତ ହେବ । କୋରାନା କଟକଣା ହ୍ରାସ ହେବାପରେ ଦେଶର ବିଭିନ୍ନ ସ୍ଥାନର ଲୋକ କଳା ଦେଖିବାକୁ ସୁଯୋଜ ପାଇଲେ ଜିଲ୍ଲାବାସୀ ।
ବଲାଙ୍ଗୀର କୋଶଳ କଳାମଣ୍ଡଳ ଠାରେ ଆସନ୍ତା 26 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଲୋକ କଳା ଉତ୍ସବ ପାଳନ ହେବ । ଏଥିରେ ମୋଟ 150ଟି ଲୋକ କଳା ସଂଗଠନ ସାମିଲ ହେବେ ବୋଲି କୁହାଯାଇଛି । ବିହାର, ଝାରଖଣ୍ଡ, ଆସାମ ରାଜ୍ୟର ଲୋକକଳା ସଂଗଠନ ମାନେ ତାଙ୍କର ଲୋକ କଳା ପ୍ରଦର୍ଶିତ କରିବେ । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାର କଳା ସଂସ୍କୃତିର ନିଦର୍ଶନ ହେବ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପ୍ରତିଭାଶାଳୀଙ୍କୁ ସମ୍ମାନିତ କରାଯିବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି ।
ଏନେଇ ଆଜି ବଲାଙ୍ଗୀର ସ୍ଥାନୀୟ ସାମ୍ବାଦିକ ଭବନରେ ଏହାର ଲୋଗୋ ଉନ୍ମୋଚିତ ହୋଇଛି । ଯେଉଁଥିରେ ଦୁଲଦୁଲି କଳା ପରିଷଦର ସଦସ୍ୟ ଓ ଜିଲ୍ଲା ପୌର ପରିଷଦର ଅଧ୍ୟକ୍ଷା ଉପସ୍ଥିତ ରହିଥିଲେ ଏବଂ ଲୋକ କଳାକୁ ଉଦଜୀବିତ କରିବାର ଏହି ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି।
ବଲାଙ୍ଗୀରର ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ