ETV Bharat / state

ବଲାଙ୍ଗୀରରେ ଲୋକକଳା ଉତ୍ସବ ଉଦଘାଟିତ, ମନ ମୋହିଲା ଆସାମର ବିହୁ - ବଲାଙ୍ଗୀରରେ ଲୋକକଳା ଉତ୍ସବ ଉଦଘାଟିତ

ଦୀର୍ଘ ଦୁଇ ବର୍ଷ ପରେ ସପ୍ତମ ଲୋକକଳା ଉତ୍ସବ ବଲାଙ୍ଗୀରରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ସଂସ୍କୃତି ବିଭାଗ ଓ ଓଡିଶା ସଂସ୍କୃତି ବିଭାଗର ସହ ଭାଗୀତାରେ ବଲାଙ୍ଗୀର ଦୁଲ ଦୁଲି କଳା ପରିଷଦ ଏହାର ଆୟୋଜନ କରିଛି । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଲୋକକଳା ଉତ୍ସବ ଉଦଘାଟିତ; ପ୍ରଥମ ଦିନରେ ଆସାମର ବିହୁ ନୃତ୍ୟରେ ଝୁମିଲେ ଦର୍ଶକ

author img

By

Published : Apr 27, 2022, 8:52 AM IST

Updated : Apr 27, 2022, 9:09 AM IST

ବଲାଙ୍ଗୀର: ମହାମାରୀ ପାଇଁ ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗିଥିଲା ରୋକ । ଦୀର୍ଘ ଦୁଇ ବର୍ଷ ପରେ ସପ୍ତମ ଲୋକକଳା ଉତ୍ସବ ବଲାଙ୍ଗୀରରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ସଂସ୍କୃତି ବିଭାଗ ଓ ଓଡିଶା ସଂସ୍କୃତି ବିଭାଗର ସହଭାଗୀତାରେ ବଲାଙ୍ଗୀର ଦୁଲ ଦୁଲି କଳା ପରିଷଦ ଏହାର ଆୟୋଜନ କରିଛି।

ବଲାଙ୍ଗୀରରେ ଲୋକକଳା ଉତ୍ସବ ଉଦଘାଟିତ, ମନ ମୋହିଲା ଆସାମର ବିହୁ

ଏହା ତିନି ଦିନ ଧରି ଚାଲିବ । ଏ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତର 150 ଲୋକକଳା ଅନୁଷ୍ଠାନ ଯୋଗ ଦେଇଛନ୍ତି । ସେମାନେ ତାଙ୍କ ଅଞ୍ଚଳର ଲୋକକଳା ଏଠାରେ ପ୍ରଦର୍ଶିତ କରିବେ । ଯେଉଁଥିରେ ବିହାର, ଝାରଖଣ୍ଡ, କୋଲକାତା, ଆସାମ ସହିତ ବଲାଙ୍ଗୀରର ବିଭିନ୍ନ ଅନୁଷ୍ଠାନ ତାଙ୍କର ଲୋକକଳା, ନୃତ୍ୟ ,ଗୀତ ଏଠି ପ୍ରଦର୍ଶିତ କରିବେ । ତେବେ ମଙ୍ଗଳବାର ଉଦଘାଟନୀ ଦିବସରେ ଆସାମର ବିହୁ ନୃତ୍ୟ ବଲାଙ୍ଗୀରର ଘୁଡକା ନୃତ୍ୟ ଭଳି ଅନେକ ଲୋକ ନୃତ୍ୟ ଓ ଗୀତ ଏଠାରେ ପରିବେଷଣ କରାଯାଇଥିଲା ।

ସେପଟେ ଏ ଲୋକକଳାର ମଜା ମଧ୍ୟ ଦର୍ଶକ ଉଠାଇଛନ୍ତି । ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟର କୁଳପତି, ପାଟଣାଗଡ଼ ବିଧାୟକ ସରୋଜ ମେହେର, ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏ ଉତ୍ସବକୁ ଉଦଘାଟନ କରିଥିଲେ ।

ବାଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Apr 27, 2022, 9:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.