ETV Bharat / state

ଅସହାୟ ବୃଦ୍ଧଙ୍କୁ ସହାୟତା କରି ଚର୍ଚ୍ଚାରେ ଲୋଇସିଂହା ବିଧାୟକ

author img

By

Published : Jul 10, 2021, 7:16 AM IST

ଜଣେ ଅସହାୟ ବୃଦ୍ଧଙ୍କୁ ସାହାଯ୍ୟ କରି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାରେ ରହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ରାସ୍ତାକଡ଼ରେ ବୃଦ୍ଧ ଜଣକ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ । ଅଧିକ ପଢ଼ନ୍ତୁ...

ଅସହାୟ ବୃଦ୍ଧଙ୍କୁ ସହୟତା କରି ଚର୍ଚ୍ଚାରେ ଲୋଇସିଂହା ବିଧାୟକ

ବଲାଙ୍ଗୀର: ଜଣେ ଅସହାୟ ବୃଦ୍ଧଙ୍କୁ ସାହାଯ୍ୟ କରି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାରେ ରହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ରାସ୍ତାକଡ଼ରେ ବୃଦ୍ଧ ଜଣକ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ । ବିଧାୟକ ମୁକେଶ ମହାଲିଙ୍ଗ ବୃଦ୍ଧଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରାଇ ମାନବିକତାର ପରିଚୟ ଦେଇଛନ୍ତି । ଅସହାୟ ଅବସ୍ଥାରେ ପଡ଼ି ରହିଥିବା ବୃଦ୍ଧଙ୍କୁ ବିଧାୟକ ନିଜ ଗାଡିରେ ବସାଇ ମେଡ଼ିକାଲ ପହଞ୍ଚାଇଛନ୍ତି ।

ତେବେ ବୃଦ୍ଧ ଜଣଙ୍କ ବରଗଡ ଜିଲ୍ଲା କୁମ୍ଭାରୀ ଗାଁର ବୋଲି ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ମହଖଣ୍ଡରୁ କୌଣସି ଏକ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିଲେ ବିଧାୟକ ମୁକେଶ ମହାଲିଙ୍ଗ। ହେଲେ ଫେରିବା ବାଟରେ ଲାଉମୁଣ୍ଡା ଜନଗହଳି ପୂର୍ଣ୍ଣ ଛକରେ ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ସେ ଦେଖିବାକୁ ପାଇଥିଲେ । ସେ ରାସ୍ତା ଦେଇ ଅନେକ ଲୋକ ଯାଉଥିଲେ ମଧ୍ୟ କୌଣସି ବ୍ୟକ୍ତି ବୃଦ୍ଧ ଜଣଙ୍କୁ ସାହାଯ୍ୟ କରିନଥିଲେ। ସେ ଅପରିଷ୍କାର ଅବସ୍ଥାରେ ପଡ଼ି ରହି ଥିବାରୁ ସହାୟତା କରିବା ପାଇଁ ସଭିଏଁ କୁଣ୍ଠାବୋଧ କରୁଥିଲେ ।

ଏହା ଦେଖି ବିଧାୟକଙ୍କ ମନ ବିଚଳିତ ହୋଇ ପଡ଼ିଥିଲା । ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ବୃଦ୍ଧଙ୍କୁ ଛୁଟି ଯାଇଥିଲେ ବିଧାୟକ। ଏହାପରେ ତାଙ୍କୁ ନୂଆ ଧୋତି ଓ ଟୱେଲ ଦେଇଥିଲେ । ଏହାପରେ ନିଜ ଗାଡିରେ ବୃଦ୍ଧଙ୍କୁ ବସାଇ ଲାଉମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବୃଦ୍ଧଙ୍କ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ବିଧାୟକଙ୍କ ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.