ETV Bharat / state

'ସିନ୍ଧେକେଲାରେ ଡାଇରିଆ ପାଇଁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦାୟୀ', ଆନ୍ଦୋଳନ ଚେତାବନୀ ଦେଲେ ଲୋକେ

ବଲାଙ୍ଗୀର ସିନ୍ଧେକେଲା ପଞ୍ଚାୟତରେ ଝାଡ଼ାବାନ୍ତି ରୋଗ ବ୍ୟାପିବାରେ ଲାଗିଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଅତିରିକ୍ତ ଜିଲ୍ଲାପାଳ କହିଥିବାବେଳେ ତୁରନ୍ତ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସୁଧାରିବାକୁ ଦାବି କଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ସିନ୍ଧେକେଲାରେ ଡାଇରିଆ ପାଇଁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦାୟୀ

author img

By ETV Bharat Odisha Team

Published : Sep 3, 2023, 10:35 PM IST

ସିନ୍ଧେକେଲାରେ ଡାଇରିଆ ପାଇଁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦାୟୀ

ବଲାଙ୍ଗୀର: ବଲାଙ୍ଗୀର ସିନ୍ଧେକେଲା ପଞ୍ଚାୟତରେ ଝାଡ଼ାବାନ୍ତି ରୋଗ ବ୍ୟାପିବା ସହ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇ ଭୁବନେଶ୍ବର ଓ ବଲାଙ୍ଗୀରର ସ୍ବତନ୍ତ୍ର ଡାକ୍ତରୀଦଳ ଏହି ଅଞ୍ଚଳ ବୁଲି ଫେରିଛନ୍ତି । ସେମାନେ ପିଇବା ପାଣି କାରଣରୁ ଏହି ରୋଗ ବ୍ୟାପିଥିବାର ସ୍ପଷ୍ଟ କରିଥିଲେ । ସେପଟେ ଲୋକେ ଏଥିପାଇଁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦୋଷ ଦେବାସହ ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେଲେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ସ୍ଥନୀୟ ବାସିନ୍ଦା ।

ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତରେ ଜୀବନ ନେଉଛି ଝାଡ଼ାବାନ୍ତି ରୋଗ । ବିଗତ ୧୫ ଦିନରୁ ଊର୍ଦ୍ଧ୍ବ ହେବ ଏଠି ଝାଡ଼ାବାନ୍ତି ରୋଗ ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେହିପରି ମୋଟ ୬୫ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ମଧ୍ୟ ହୋଇ ସାରିଛନ୍ତି । ଏବେ ମଧ୍ୟ ସିନ୍ଧେକେଲା ଡାକ୍ତରଖାନାରେ ୭ ଜଣ ଡାଇରିଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ତେବେ ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି । ସେପଟେ କିଛିଦିନ ପୂର୍ବରୁ ଭୁବନେଶ୍ବରରୁ ଦୁଇ ଜଣିଆ ଡାକ୍ତରୀ ଦଳ ଓ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜର ୩ ଜଣିଆ ଡାକ୍ତରୀ ଦଳ ଏହି ସବୁ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ସାରିଛନ୍ତି । ସେପଟେ ଲୋକଙ୍କୁ ସଚେତନ କରିବା ସହ ଘର ଘର ବୁଲି ପରୀକ୍ଷା କରାଯିବା ସହ ଔଷଧ ମଧ୍ୟ ଲୋକଙ୍କୁ ଦିଆଯାଇଛି । ତେବେ ଏହି ରୋଗ ବ୍ୟାପିବାର କାରଣ ଦୂଷିତ ପିଇବା ପାଣି ବୋଲି ଡାକ୍ତର ସ୍ପଷ୍ଟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସିନ୍ଧେକେଲାରେ ବ୍ୟାପୁଛି ଝାଡାବାନ୍ତି: 65ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, 2ମୃତ

ସେପଟେ ଗ୍ରାମବାସୀ ଏହି ଅଞ୍ଚଳର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦାୟୀ କରିଛନ୍ତି । ତେବେ ଏଠି ନାଳ ନର୍ଦ୍ଦମାର ଦୂଷିତ ପାଣି ରାସ୍ତାରେ ସବୁବେଳେ ବହିବା ସହ ଘରକୁ ପଶିବା ଓ ଆଖପାଖ ସବୁ ଜଳଉତ୍ସକୁ ଯାଇ ତାକୁ ଦୂଷିତ କରୁଥିବାର ଏମାନେ ଅଭିଯୋଗ କରିଛନ୍ତି । ସେହିପରି ଅନେକ ସ୍ଥାନରେ ପାଣି ପାଇପ୍‌ ଫାଟି ଥିବାରୁ ସେଥିରେ ନାଳ ନର୍ଦ୍ଦମାର ପାଣି ମିଶିବା ଦ୍ଵାରା ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଥିବାର ଏଠିକାର ବାସିନ୍ଦା ରୁକ୍ମଣ ବିଶ୍ବାଳ କହିଛନ୍ତି । ସେ କହିଛନ୍ତି, "ଦୀର୍ଘ ୨୦ ବର୍ଷ ହେବ ଏଠାରେ ଅବସ୍ଥା ଏଭଳି ରହିଛି । ଯାହାକୁ ଠିକ୍ କରିବା ପାଇଁ ନାଳ ତିଆରି ପାଇଁ ଆମେ ଦାବି କରିଥିଲୁ । କାମ ବି ହୋଇଛି । ହେଲେ ସବୁ ଅଧପନ୍ତରିଆ ହୋଇରହିଛି । ଫଳରେ ଏହି ନାଳର ପାଣି ବର୍ଷା ଦିନରେ ରାସ୍ତା ଉପରେ ଯିବା ସହ ଘରେ ମଧ୍ୟ ପଶୁଛି ।" ବିଶେଷ କରି ସିନ୍ଧେକେଲା ପଞ୍ଚୟାତର ଲକ୍ଷ୍ମୀ ନାରାୟଣପଡ଼ା ଓ ବିଶ୍ବାଳ ପଦାରେ ଏହାର ଅବସ୍ଥା ଅତି ଗୁରୁତର ଥିବା ସେ କହିଛନ୍ତି । ନାଲ ତିଆରି କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା କାମ ଅଧପନ୍ତରିଆ ଛଡ଼ାଯାଇଛି । ଯାହାଫଳରେ ଏସବୁ ସମସ୍ୟା ହୋଇଥିବାର ସେ କହିଛନ୍ତି ।

ତେବେ ଏହାକୁ ଠିକ କରିବାକୁ ସେମାନେ ଅନେକ ଥର ଦାବି କରିଥିଲେ ସୁଦ୍ଧା ସ୍ଥାନୀୟ ନେତା କିମ୍ବା ପ୍ରଶାସନ ଏହାକୁ ଶୁଣୁନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ପରିମଳ ବ୍ୟବସ୍ଥା ଠିକ୍‌ ନହେଲେ ଏମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ସେପଟେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ କହିଛନ୍ତି, "ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି । ଲୋକଙ୍କୁ ସଚେତନ କରିବା ସହ ଘରକୁ ଘର ବୁଲି ଲୋକଙ୍କ ପରୀକ୍ଷା କରାଯାଉଛି । ସେମାନଙ୍କୁ ଆବଶ୍ୟକ ମୁତାବକ ଔଷଧ ମଧ୍ୟ ଦିଆଯାଇଛି ।" ସେହିପରି ପରିମଳ ବ୍ୟବସ୍ଥାକୁ ମଧ୍ୟ ଶୀଘ୍ର ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.