ETV Bharat / state

ଅବହେଳିତ କୁଷ୍ଠ ରୋଗୀ, ମିଳୁନି ସହାୟତା - କୁଷ୍ଠ ରିଜି ଆଶ୍ରମ

ସମାଜରୁ ବାସନ୍ଦ ହୋଇ ରହୁଛନ୍ତି କୁଷ୍ଠ ରୋଗୀ । ଘୋର ଅଭାବ ମଧ୍ୟରେ ଜୀବନ କାଟୁଛନ୍ତି 50ରୁ ଉର୍ଦ୍ଧ କୁଷ୍ଠ ରୋଗୀ । କେବଳ ବିଶେଷ ଦିନରେ ପ୍ରଶାସନକୁ ଏମାନଙ୍କ କଥା ମନେପଡେ । କୁଡିଆ-ପଲିଥିନରେ ଜୀବନ ଅତିବାହିତ ହେବା ସହ ବୋଝ ଉପରେ ନଳିତାବିଡା ସାଜିଛି ଚିକିତ୍ସା ।

ଫଟୋ ସୌଜନ୍ୟ: ସମ୍ବାଦାତା, ବଲାଙ୍ଗୀର
author img

By

Published : Jul 25, 2019, 10:52 PM IST

ବଲାଙ୍ଗୀର: ସମାଜରୁ ଏକ ପ୍ରକାର ବିତାଡିତ, ସମସ୍ତଙ୍କର ଘୃଣା ନଜର ଓ ଘୋର ଅଭାବ ଅନାଟନ ମଧ୍ୟରେ ରହୁଛନ୍ତି ଜିଲ୍ଲାର ଏହି କୁଷ୍ଠ ରୋଗୀ । ବେଳେବେଳେ କିଛି ସମାଜସେବୀ ସହାୟତାର ହାତ ବଢାଇଦିଅନ୍ତି ଓ ବର୍ଷକୁ ଥରେ ଦି ଥର ପ୍ରଶାସନର ନଜର ପଡିଯାଏ ।

ଭିଡିଓ ସୌଜନ୍ୟ: ସମ୍ବାଦାତା, ବଲାଙ୍ଗୀର

ବଲାଙ୍ଗୀର-ଖୋର୍ଦ୍ଧା ଜାତୀୟ ରାଜପଥରେ ପରିତ୍ୟକ୍ତ ଭାବରେ ରହୁଛନ୍ତି ଏହି କୁଷ୍ଠ ଅନ୍ତେବାସୀ । କୁଷ୍ଠ ରିଜି ଆଶ୍ରମ ବୋଲି ଜଣାଶୁଣା ଏହି ଗ୍ରାମ । ଏହି ଗ୍ରାମ ବିଷୟରେ ସମସ୍ତେ ଜାଣିଥିଲେ ସୁଦ୍ଧା ଏହା ଉପରେ କାହାର ନଜର ପଡିନାହିଁ । ଏଠି 50ରୁ ଉର୍ଦ୍ଧ ରୋଗୀ ରହୁଥିବା ବେଳେ ଏମାନଙ୍କ ରହିବା ପାଇଁ କୌଣସି ପକ୍କା ଘର ବ୍ୟବସ୍ଥା ହୋଇପାରିନାହିଁ । କୁଡ଼ିଆ-ପଲିଥିନ ଘରେ ଜୀବନ ଅତିବାହିତ କରୁଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ଏମାନଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି ମାତ୍ର ଡାକ୍ତରଖାନା ଗଲେ ନିଜେ ନିଜର ପଟି କରୁଛନ୍ତି । ଡାକ୍ତରଖାନାରେ କୌଣସି ସୁବିଧା ମିଳୁନଥିବାରୁ ସ୍ବାସ୍ଥ୍ୟାବସ୍ଥାରେ ଦିନକୁ ଦିନ ଅବନତି ଦେଖାଦେଉଛି ।

ବେଳେବେଳେ କିଛି ସ୍ବେଚ୍ଛାସେବୀ ଏମାନଙ୍କ ଆଶ୍ରମକୁ ଆସି ବ୍ୟାଣ୍ଡେଜ ମଲମ କରିଦିଅନ୍ତି । ପେଟ ପାଟଣା ପାଇଁ ଏମାନେ ଅନ୍ୟ କୌଣସି ରାସ୍ତା ନପାଇ ବାଧ୍ୟ ହୋଇ ସହରରେ ଭିକ୍ଷାବୃତ୍ତି ଆପଣାଇଛନ୍ତି । ଅନ୍ୟପଟେ ସରକାର ତଥା ପ୍ରଶାସନ କେବଳ ବିଶେଷ ଦିନରେ ଏମାନଙ୍କ ପାଖରେ ପହଞ୍ଚିଥାଆନ୍ତି । ଆଧୁନିକ ସମାଜ ଏମାନଙ୍କୁ ନିଜଠାରୁ ଦୂରେଇ ଦେଇଛି । ଲୋକଙ୍କ ମଧ୍ୟରେ ଏହି ଛୁଆଁ ଅଛୁଆଁ ଭେଦଭାବ ଶତାବ୍ଦୀ ବିତି ଯାଇଥିଲେ ସୁଦ୍ଧା ମାନସିକରେ ପରିବର୍ତ୍ତନ ଆସିିନି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ସମାଜରୁ ଗୋଟିଏ ପ୍ରକାର ବିତାଡିତ,ସମସ୍ତଙ୍କର ଘୃଣ୍ୟ ନଜର ଏମାନଙ୍କ ଉପରେ ଥିବା ବେଳେ ଘୋର ଅଭାବ ଅନାଟନ ଓ ଅବ୍ୟବସ୍ଥା ମଧ୍ୟରେ ରହୁଛନ୍ତି ବଲାଂଗୀର ର ଏହି କୃଷ୍ଣ ରୋଗୀ । କେବଳ କିଛି ସମାଜ ସେବୀ ଓ ବର୍ଷକୁ ଥରେ ଦୁଇଥର ସରକାର ତଥା ପ୍ରଶାସନ ର ନଜର ଏମାନଙ୍କ ଉପରେ ପଡୁଥିବା ବେଳେ ବର୍ଷ ତମାମ ଦୁଃଖ କଷ୍ଟରେ ଦିନ ବିତାଉ ଛନ୍ତି ଏମାନେ । ତେବେ କେବେ ଏମାନଙ୍କ ପରିସ୍ଥିତିରେ ସୁଧାର ଆସିବ ତାହା କାହାରିକୁ ଜଣା ନାହିଁ।

Body:ସମାଜରୁ ଗୋଟିଏ ପ୍ରକାର ବିତାଡିତ,ସମସ୍ତଙ୍କର ଘୃଣ୍ୟ ନଜର ଏମାନଙ୍କ ଉପରେ ଥିବା ବେଳେ ଘୋର ଅଭାବ ଅନାଟନ ଓ ଅବ୍ୟବସ୍ଥା ମଧ୍ୟରେ ରହୁଛନ୍ତି ବଲାଂଗୀର ର ଏହି କୃଷ୍ଣ ରୋଗୀ । ବଲାଂଗୀର ଖୋରଦା ଜାତୀୟ ରାଜପଥରେ ପରିତ୍ୟକ୍ତ ଭାବରେ ଏମାନଙ୍କର ଅବସ୍ଥିତି ଯାହାକୁ ଲୋକେ କୃଷ୍ଠ ରିଜି ଆଶ୍ରମ ବୋଲି ଜାଣି ଥିବା ବେଳେ କେବେ କାହାରି ନଜର ଏମାନଙ୍କ ଉପରେ ପଡି ନାହିଁ। ଏଠି ପଚାଷରୁ ଉର୍ଧ୍ୱ ରୋଗି ରହୁଥିବା ବେଳେ ଏମାନଙ୍କ ରହିବ ପାଇଁ କୌଣସି ପକ୍କା ଘର ବ୍ୟବସ୍ତା ହୋଇ ନାହିଁ। କୁଡ଼ିଆ ଓ ପଲିଥିନ ଘରେ ଏମନେ ଏକା ଜୀବନ ଅତିବାହିତ କରୁଛନ୍ତି । ସମାନ ଭାବରେ ଏମାନଙ୍କୁ ସ୍ୱାସ୍ତ୍ୟଗତ ସମସ୍ୟା ପାଇଁ ଚିକିତ୍ସାର ଆବଶ୍ୟକ ଅଧିକ ଥିବା ବେଳେ ତାହା ମଧ୍ୟ ଏମାନେ ପାଇ ପାରୁ ନାହାନ୍ତି । ଏବଂ ଏଠି ଆଶ୍ରମରେ ହିଁ ଏମାନଙ୍କର ଦିନ ବିତୁ ଥିବା ବେଳେ ଦିନକୁ ଦିନ ଏମାନଙ୍କର ସ୍ବାସ୍ତ୍ୟ ଅବସ୍ଥାରେ ଆହୁରି ଅବନତି ହେବାରେ ଲାଗିଛି । ଆଶ୍ରମକୁ କୌଣସି ଡାକ୍ତର ଆସୁନ ଥିବା ବେଳେ ଏମନେ ନିଜର ଚିକିତ୍ସା ନିଜେ କରୁଛନ୍ତି । ଘା ଦା ର ନିଜେ ପର୍ସପରକୁ ସାହାଯ୍ୟ କରି କୌଣସି ମତେ ଜୀବନ ବଞ୍ଚୁ ଛନ୍ତି । ସେହିପରି ପେଟ ପାଟଣା ପାଇଁ ଏମନେ ଅନ୍ୟ ରାସ୍ତା ନପାଇ ବାଧ୍ୟ ହୋଇ ସହରରେ ଭିକ୍ଷ୍ୟ ବୃତି ଆପଣାଇଛନ୍ତି ।
ବାଇଟ ଅନ୍ତେବାସୀ
ବାଇଟ ଅନ୍ତେବାସୀ
କେବଳ କିଛି ସମାଜ ସେବୀ ଏମାନଙ୍କୁ ପାଖକୁ ପହଂଚି ନିଜର ସେବା ପ୍ରଦାନ କରିବା ସହ ସମସ୍ତଙ୍କର ଯଥା ସମ୍ଭବ ଚିକିତ୍ସା କରିଥାନ୍ତି ।ସେହିପରି କପଡା କମ୍ବଳ ଚପଲ ଇତ୍ୟାଦି ମଧ୍ୟ ଏମନେ ଯୋଗାଇ ଦେଇଥାନ୍ତି । ଅନ୍ୟପଟେ ସରକାର ତଥା ପ୍ରଶାସନ କେବଳ ବିଶେଷ ଦିନରେ ଏମାନଙ୍କ ପାଖକୁ ପହଂଚି ଥାଏ ଏବଂ ନାଁ ମାତ୍ରକୁ ସହାୟତା ପ୍ରଦାନ କରି ପୁଣି ବର୍ଷକ ପାଇଁ ଭୁଲି ଯାଇଥାଏ । ଏବଂ ଏମାନେ ନିଜ ଦୁଃଖ କଷ୍ଟ ସହ ବର୍ଷ ତମାମ ଏଭଳି ଦିନ ବିତାଉ । ତେବେ କେବେ ଏମାନଙ୍କ ପରିସ୍ଥିତିରେ ସୁଧାର ଆସିବ ତାହା କାହାରିକୁ ଜଣା ନାହିଁ।

Conclusion:ଆମ ଆଧୁନିକ ସମାଜ ଏମାନଙ୍କୁ ନିଜଠୁ ଦୂର କରିଥିବା ବେଳେ ଏମାନଙ୍କ ଅତି କଷ୍ଟ ସମୟରେ ମଧ୍ୟ କେହି ଛିଡା ହେଉନାହାନ୍ତି । ଏବଂ ଏହି ଘୃଣ୍ୟ ଭାବ ଓ ଲୋକଙ୍କ ମନୋବୃତି ଶତାବ୍ଦୀ ବିତି ଯାଇଥିଲେ ସୁଦ୍ଧା ଏମିତି ହି ରହିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.