ETV Bharat / state

ବଲାଙ୍ଗୀର: ସିଏସଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ସହକର୍ମୀ - ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ବିରୋଧରେ ଥାନାରେ ନିର୍ଯାତନା ଅଭିଯୋଗ କଲେ ମହିଳା କର୍ମଚାରୀ । ନିକଟରେ ସମାନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଥିଲେ । ଅଧିକ ପଢ଼ନ୍ତୁ

ସିଏସଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ: ଜିଲ୍ଲାପାଳଙ୍କ ପରେ ଥାନାର ଦ୍ବାରସ୍ତ ହେଲେ ମହିଳା କର୍ମଚାରୀ

author img

By

Published : Aug 10, 2022, 6:22 PM IST

ବଲାଙ୍ଗୀର: ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା । ଅଶାଳୀନ ବ୍ୟବହାର ଓ ନିର୍ଯାତନା ନେଇ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା କର୍ମଚାରୀ । ନିକଟରେ ଜିଲ୍ଲାପାଳଙ୍କୁ ଭେଟି ମଧ୍ୟ ସେ ନିଜର ଅଭିଯୋଗ ଜଣାଇଥିଲେ । ବଲାଙ୍ଗୀର ଯୋଗାଣ ବିଭାଗ ଅଧିନରେ ପୌରପାଳିକାର ଏସିଏସଓ ଭାବେ ସମ୍ପୃକ୍ତ ମହିଳା କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

ସିଏସଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ: ଜିଲ୍ଲାପାଳଙ୍କ ପରେ ଥାନାର ଦ୍ବାରସ୍ତ ହେଲେ ମହିଳା କର୍ମଚାରୀ

ଅଭିଯୋଗ ଅନୁସାରେ ବଲାଙ୍ଗୀର ଯୋଗାଣ ବିଭାଗର ମୁଖ୍ୟ ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀ ଆରମ୍ଭରୁ ହିଁ ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ମାନସିକ ନିର୍ଯାତନା ଦେଉଥିଲେ । ତେବେ ନିକଟରେ ସେ ସମସ୍ତଙ୍କ ଆଗରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିବାର ସେ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ମହିଳାଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ଧାରା 294, 354 a, 506 ଓ ଏସସିଏସଟି ନିୟମରେ ମାମଲା ରୁଜୁ ହୋଇଛି । ସେପଟେ ସାକ୍ଷୀ ପ୍ରମାଣକୁ ଆଧାର କରି ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଲାଙ୍ଗୀର ଏସଡିପିଓ କହିଛନ୍ତି । ନିକଟରେ ଏଭଳି ଅଭିଯୋଗ ନେଇ ସେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନ ମଧ୍ୟ ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛି । ତଦନ୍ତ କରୁଥିବା ଏହି ଟିମର ରିପୋର୍ଟ ପାଇବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଏଡିଏମ୍ ଲମ୍ବୋଦର ଲାଗୁରି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.