ETV Bharat / state

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରିଲେ ଶ୍ରମିକ - Forward Block Association

କୋରୋନା ମହାମାରୀ ସମୟରେ ଜିଲ୍ଲାର ଶ୍ରମିକମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏନେଇ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଶ୍ରମ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

author img

By

Published : Sep 8, 2021, 9:08 PM IST

ବଲାଙ୍ଗୀର: ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ । ବଲାଙ୍ଗୀର ଜିଲ୍ଲା ଶ୍ରମିକମାନେ ବିଭିନ୍ନ ସମସ୍ୟା ନେଇ ଶ୍ରମ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ତେବେ ସର୍ବ ଭାରତୀୟ ଫରୱାର୍ଡ ବ୍ଲକ ସଙ୍ଗଠନ ନେତୃତ୍ବରେ ଜିଲ୍ଲାର ଶତାଧିକ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ତେବେ କୋରୋନା ମହାମାରୀ ସମୟରେ ଜିଲ୍ଲାର ଶ୍ରମିକମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏନେଇ ଅନେକ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଯୋଜନା କରି ତାଙ୍କୁ ଚଳିବା ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଥିଲେ । ହେଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦୁର୍ନୀତିରେ ବୁଡି ରହି ଏହି ଯୋଜନାର ଟଙ୍କା ବାଟ ମାରଣା କରିଥିବା ନେଇ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତେବେ ଦାଦନ ପ୍ରବଣ ଜିଲ୍ଲା ଏମାନଙ୍କ ପାଇଁ ପ୍ରଭାବିତ ହେଉଥିବାର ଏମାନେ ଅଭିଯୋଗ କରିଛନ୍ତି ।

ସେହିପରି ଏହି ସବୁ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନେଇ ଦାବି କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଶ୍ରମିକଙ୍କ ପାଇଁ ଶୀଘ୍ର ଦୀର୍ଘ ମିଆଦି ଯୋଜନା କରନ୍ତୁ ବୋଲି ଏମାନେ ଦାବି କରିଛନ୍ତି । ନହେଲେ ଏନେଇ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.