ETV Bharat / state

ବଲାଙ୍ଗୀରରେ ବ୍ୟାପୁଛି କିଡନୀ ରୋଗ, 60ରୁ ଊର୍ଦ୍ଧ୍ବ ଆକ୍ରାନ୍ତ - ବାଦି ବାହାଲ ପଞ୍ଚାୟତରେ ଅଣାୟତ୍ତ କିଡନୀ ରୋଗ

ବଲାଙ୍ଗୀର ଜିଲ୍ଲା ବାଦି ବାହାଲ ପଞ୍ଚାୟତରେ ଅଣାୟତ୍ତ କିଡନୀ ରୋଗ। ଗ୍ରାମର 60ରୁ ଊର୍ଦ୍ଧ୍ବ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଉଚିତ ଡାକ୍ତରୀ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅଧିକ ପଢ଼ନ୍ତୁ

kidney disease spreading in badi bahal village balangir
ବଲାଙ୍ଗୀରରେ ବ୍ୟାପୁଛି କିଡନୀ ରୋଗ, 60ରୁ ଊର୍ଦ୍ଧ୍ବ ଆକ୍ରାନ୍ତ
author img

By

Published : Nov 6, 2022, 10:08 AM IST

ବଲାଙ୍ଗୀର: ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦି ବାହାଲ ପଞ୍ଚାୟତରେ ଚିନ୍ତା ଜନକ ହୋଇଛି କିଡନୀ ରୋଗ । ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପରେ ଆସିଲା ଗୁରୁତର ତଥ୍ୟ । ଗ୍ରାମରେ ଶତାଧିକ କିଡନୀ ରୋଗରେ ଆକ୍ରାନ୍ତ ଥିବାବେଳେ ଏହାର ନିରାକରଣ ଉପରେ ପଦକ୍ଷେପ ନେବାକୁ ଦାବି ହୋଇଛି । ବଲାଙ୍ଗୀର ଜିଲ୍ଲା ଉପାନ୍ତରେ ଥିବା ବାଦି ବାହାଲ ପଞ୍ଚାୟତରେ ମୋଟ 6ଟି ଗ୍ରାମ ବାଦି ବାହଲ, ଆଲଗାପାଲି, ଭାଲୁ ପାଲି, କରନ ପାଲି, ଭାଲିଆ ମୁଣ୍ଡା ଓ କଦଳୀ ପାଲି ଗ୍ରାମ ରହିଛି । ଏହି ସବୁ ଗ୍ରାମରେ ଅଧିକାଂଶ ଘରେ କିଡନୀ ରୋଗୀ ଥିବାର ଜଣା ପଡ଼ିଛି । ବଲାଙ୍ଗୀରର ସୌମ୍ୟ ସେବା ସଂଗଠନ, ସଚେତନ ମହିଳା ମୋର୍ଚ୍ଚା ଓ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ମିଳିତ ଭାବରେ ଏକ ସ୍ବାସ୍ଥ୍ୟ ଶିବିର କରା ଯାଇଥିଲା ।

ବଲାଙ୍ଗୀରରେ ବ୍ୟାପୁଛି କିଡନୀ ରୋଗ

ଯେଉଁଥିରେ ଏହି ସବୁ ଗ୍ରାମରୁ 200ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ହୋଇଥିଲା । ଏମାନଙ୍କ ମଧ୍ୟରୁ 60 ଜଣ କିଡନୀ ରୋଗୀ ଥିବାର ଜଣାପଡ଼ିଛି । ଏନେଇ ଡାକ୍ତର କହିଛନ୍ତି," କିଡ଼ନୀ ରୋଗରେ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ଏତେ ସଂଖ୍ୟାରେ କିପରି ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେଥିପାଇଁ ସ୍ବତନ୍ତ୍ର ଯାଞ୍ଚ ଆବଶ୍ୟକ ରହିଛି । ରୋଗର କାରଣ ସାଙ୍ଗକୁ ନିରାକରଣ ବ୍ୟବସ୍ଥା ମଧ୍ୟ ଜରୁରୀ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ: ଅଭିଶପ୍ତ ଗାଁ: କିଡନୀ ରୋଗରେ ଗଲାଣି ୧୦ରୁ ଅଧିକ ମୁଣ୍ଡ, ବଢୁଛି ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା

ଅନ୍ୟପଟେ ସ୍ଥାନୀୟ ଲୋକେ ଓ ବିଭିନ୍ନ ସଂଗଠନ ଏଠିକାର ପିଇବା ପାଣି ପାଇଁ ରୋଗ ହେଉଥିବାର କହିଛନ୍ତି । ତେଣୁ ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବି ହୋଇଛି ।ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ଅନେକ ପଞ୍ଚାୟତ ଓ ଗ୍ରାମରେ କିଡନୀ ରୋଗୀଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି । କ୍ଷେତରେ ବ୍ୟବହୃତ କୀଟ ନାଶକ ଓ ଘାସ ମରା ଔଷଧ ପାଣିରେ ମିଶୁଥିବାରୁ ରୋଗ ବ୍ୟାପୁଥିବା ଗବେଷଣାରୁ ଜଣାପଡ଼ିଛି । ତେଣୁ ଏଭଳି ସ୍ଥଳେ ଲୋକଙ୍କୁ ସଚେତନ କରିବା ସାଙ୍ଗକୁ ବିଶୁଦ୍ଧ ପାନୀୟ ଜଳ ଏବଂ ସଠିକ ଚିକିତ୍ସା ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.