ETV Bharat / state

କଙ୍ଗାରୁ କାେର୍ଟରେ ଅତ୍ୟାଚାର; ଚୋର ସନ୍ଦେହରେ ବୃଦ୍ଧାଙ୍କୁ ଚପଲ ପିନ୍ଧାଇ ଗାଁ ବୁଲାଇଲେ

author img

By

Published : Apr 15, 2021, 8:09 AM IST

ଚୋରି ଅଭିଯୋଗରେ ଜଣେ ବୃଦ୍ଧାଙ୍କୁ ଚପଲ ମାଳ ପିନ୍ଧାଇ ଗାଁ ଗାଁ ବୁଲାଇବା ଭଳି ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଡୁଙ୍ଗୁରି ଗ୍ରାମରେ ।

ଚୋରି ଅଭିଯୋଗରେ ବୃଦ୍ଧାଙ୍କୁ ଚପଳମାଳ
ଚୋରି ଅଭିଯୋଗରେ ବୃଦ୍ଧାଙ୍କୁ ଚପଳମାଳ

ବଲାଙ୍ଗୀର: ସଭ୍ୟ ସମାଜ ପାଇଁ ପୁଣି ଏକ ଲଜ୍ୟାଜନକ ଘଟଣା । ଚୋରି ଅଭିଯୋଗରେ ଜଣେ ବୃଦ୍ଧାଙ୍କୁ ଚପଲ ମାଳ ପିନ୍ଧାଇ ଗାଁ ଗାଁ ବୁଲାଇବା ଭଳି ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଡୁଙ୍ଗୁରି ଗ୍ରାମରେ ।

ଚୋରି ଅଭିଯୋଗରେ ବୃଦ୍ଧାଙ୍କୁ ଚପଳମାଳ

ସୂଚନାଅନୁସାରେ ଡୁଙ୍ଗୁରି ଗ୍ରାମ ଜଣେ 70 ବର୍ଷୀୟ ବୃଦ୍ଧ କୀର୍ତ୍ତନ ଛତ୍ରିଆଙ୍କ ନାଁରେ ଚୋରି ଅଭିଯୋଗ କରି ତାଙ୍କୁ ନିର୍ଯାତନା ଦିଆଯାଇଛି । କିଛି ଦିନ ତଳେ ଗାଆଁର ଜଣକ ଠାକୁର ଘରୁ କିଛି ଚୋରି ହୋଇଥିଲା । ଯାହାକୁ ନେଇ ଗାଆଁ ଲୋକେ ଏହି ବୃଦ୍ଧଙ୍କୁ ସନ୍ଦେହ କରିଥିଲେ । ସନ୍ଦେହି ଆଖିରେ ବୃଦ୍ଧଙ୍କୁ କଙ୍ଗାରୁ କୋର୍ଟରେ ସଜା ଦେଇଛନ୍ତି ।

ଅସହାୟ 70ବର୍ଷୀୟ ବୃଦ୍ଧଙ୍କୁ ଚପଲ ମାଲ ପିନ୍ଧାଇ ,ହାତକୁ ଦଉଡିରେ ବାନ୍ଧି ମୁହଁରେ ରଙ୍ଗ ବୋଲି ଗାଁ ସାରା ବୁଲାଇ ଥିଲେ । ଯାହା ଅତ୍ୟନ୍ତ ନିନ୍ଦନୀୟ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ପୋଲିସ ଭିଡିଓକୁ ଆଧାର କରି ଏକ ମାମଲା ରୁଜୁ କରିଛି । ଘଟଣାରେ ଗାଁର ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ପୋଲିସ ଆଇନ ଥିବା ସତ୍ତ୍ୱେ ଲୋକେ ଜଣେ ବୃଦ୍ଧଙ୍କୁ ଏଭଳି ସଜା ଦେବା ଘଟଣାକୁ ସବୁଠି ନିନ୍ଦା କରାଯାଇଛି । ଶିକ୍ଷିତ ସମାଜରେ ଏପରି ଘଟଣା ଅତ୍ୟନ୍ତ ନିନ୍ଦନୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.