ETV Bharat / state

ବୃଦ୍ଧାଙ୍କ ଶେଷକୃତ୍ୟ କଲେ ସାମ୍ବାଦିକ - କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଶବ ସତ୍କାର

ଅଜଣା ବୃଦ୍ଧାଙ୍କ ଶବ ସତ୍କାର କଲେ ସାମ୍ବାଦିକ । ପ୍ରଥମେ ଅସହାୟ ବୃଦ୍ଧାଙ୍କ ସେବା ଓ ଚିକିତ୍ସା । ମୃତ୍ୟୁ ହେଲା ପରେ ସମ୍ମାନର ସହ କରିଛନ୍ତି ଶବ ସତ୍କାର । ଅଧିକ ପଢନ୍ତୁ

old woman dead body cremation by journalist
ବୃଦ୍ଧାଙ୍କ ଶବ ସତ୍କାର କଲେ ସାମ୍ବାଦିକ
author img

By

Published : Jan 19, 2022, 9:53 PM IST

ବଲାଙ୍ଗୀର: ଅଜଣା ବୃଦ୍ଧାଙ୍କ ଶବ ସତ୍କାର କଲେ ସାମ୍ବାଦିକ । ପ୍ରଥମେ ଅସହାୟ ବୃଦ୍ଧାଙ୍କ ସେବା ଓ ଚିକିତ୍ସା । ମୃତ୍ୟୁ ହେଲା ପରେ ସମ୍ମାନର ସହ କରିଛନ୍ତି ଶବ ସତ୍କାର ।

ବୃଦ୍ଧାଙ୍କ ଶବ ସତ୍କାର କଲେ ସାମ୍ବାଦିକ

ତେବେ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରେ ଏକ ଅଜଣା ବୃଦ୍ଧା ଅସହାୟ ଅବସ୍ଥାରେ ପଡିଥିବା ପ୍ରେସ କ୍ଲବ ଜାଣିବାକୁ ପାଇଥିଲା । କ୍ଲବର ସଦସ୍ୟ ଯାଇ ବୃଦ୍ଧାକୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ ।

ଗତକାଲି କଣ୍ଟାବାଞ୍ଜି ଡାକ୍ତରଖାନାରେ ବୃଦ୍ଧାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ବୃଦ୍ଧାଙ୍କର କେହି ସଂପର୍କୀୟ ଅଛନ୍ତି କି ନାହିଁ ପରିଚୟ ଖୋଜା ଯାଇଥିଲା । ହେଲେ ପରିଚୟ ମିଳି ପାରିଲା ନାହିଁ।

ଫଳରେ ଆଜି ଡାକ୍ତରଖାନା ପରିସରରୁ ଏକ କୋକେଇରେ ଶବକୁ ସମ୍ନାନର ସହ ପ୍ରେସ କ୍ଲବର ସଦସ୍ୟ କଣ୍ଟାବାଞ୍ଜି ଶ୍ମଶାନ ଘାଟରେ ସତ୍କାର କରିଛନ୍ତି ।

ଏହି କାର୍ଯ୍ୟରେ କଣ୍ଟାବାଞ୍ଜି ପୋଲିସ ଏସଡ଼ିପିଓ, ଜେଲର, ଥାନା ଅଧିକାରୀ, ମେଡିକାଲ ଅଫିସର ଓ ସମାଜସେବୀ ସାମିଲ ହୋଇଥିଲେ । ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ୍ ଉପସ୍ଥିତରେ ପ୍ରେସ କ୍ଲବର ସଦସ୍ୟ ଯୁଗଳ କିଶୋର ଶବର ମୁଖାଗ୍ନି ଦେଇଥିଲେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.