ETV Bharat / state

ସନ୍‌ସାଇନ୍‌ କଲେଜକୁ ସରକାର ଦେଉଥିଲେ ଅହେତୁକ ଅନୁକମ୍ପା, ତଦନ୍ତ ଦାବି - ମମିତା ମେହେର ହତ୍ୟାକାଣ୍ଡ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ପରେ ଚର୍ଚ୍ଚାକୁ ଆସିଥଲା କଳାହାଣ୍ଡି ଜିଲ୍ଲାର ସନ୍‌ସାଇନ୍‌ ଘରୋଇ କଲେଜ୍‌ । ଏହି କଲେଜକୁ ଲକ୍ଷାଧିକ ଟଙ୍କାର ଅନୁଦାନ ସରକାର ଦେଇ ଆସୁଥିଲେ । ଅଧିକ ପଢ଼ନ୍ତୁ

ସନ୍‌ସାଇନ୍‌ କଲେଜକୁ ସରକାର ଦେଉଥିଲେ ଅହେତୁକ ଅନୁକମ୍ପା, ତଦନ୍ତ ଦାବି

author img

By

Published : Mar 28, 2022, 10:44 PM IST

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ପରେ ଚର୍ଚ୍ଚାକୁ ଆସିଥଲା କଳାହାଣ୍ଡି ଜିଲ୍ଲାର ସନ୍‌ସାଇନ୍‌ ଘରୋଇ କଲେଜ୍‌ । ଏହି କଲେଜକୁ ଲକ୍ଷାଧିକ ଟଙ୍କାର ଅନୁଦାନ ସରକାର ଦେଇ ଆସୁଥିଲେ । ସୂଚନା ଅଧିକାର ଆଇନ(RTI) ବଳରେ ଏହି ତଥ୍ୟ ମିଳିିଛି।

ସନ୍‌ସାଇନ୍‌ କଲେଜକୁ ସରକାର ଦେଉଥିଲେ ଅହେତୁକ ଅନୁକମ୍ପା, ତଦନ୍ତ ଦାବି

ତେବେ କେବଳ ଏହି କଲେଜକୁ ସରକାର କାହିଁକି ଏତେ ଅନୁକମ୍ପା ଦେଉଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟାକାଣ୍ଡରେ କଲେଜ୍‌ର ପରିଚାଳନା କମିଟିର ମୁଖ୍ୟ ଗୋବିନ୍ଦ ସାହୁ ମୁଖ୍ୟ ଅଭିଯୁକ୍ତ ଥିଲା । ତାର ରାଜନୈତିକ ସମ୍ପର୍କ ମଧ୍ୟ ଦୃଢ଼ ଥିଲା । ଯାହାଫଳରେ ଏହି କଲେଜକୁ ଲକ୍ଷାଧିକ ଟଙ୍କାର ସରକାରୀ ଅନୁଦାନ ମଧ୍ୟ ମିଳିଥିଲା ।

ସୂଚନା ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ବିଗତ 5 ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ବିଭିନ୍ନ ଅନୁଷ୍ଠାନକୁ ପଶ୍ଚିମ ଓଡ଼ିଶା ପାଣ୍ଠିରୁ 2 କୋଟି 29 ଲକ୍ଷ ଟଙ୍କା ଦିଆଯାଇଛି । ଏଥିରେ ଏଠାରେ ଥିବା ଏହି ସନ୍‌ସାଇନ୍‌ କଲେଜ୍‌କୁ ସର୍ବାଧିକ 65 ଲକ୍ଷ୍ୟ ଟଙ୍କା ଅନୁଦାନ ଦିଆଯାଇଛି । ବିବାଦରେ ରହି ଆସିଥିବା ଏହି କଲେଜକୁ ଏଭଳି ଅନୁକମ୍ପା କାହିଁକି ? ତାହା ଏବେ ପ୍ରଶ୍ନବାଚୀ ହୋଇଛି ।

ସେହିପରି ମାତ୍ର 5 ବର୍ଷ ମଧ୍ୟରେ ସନ୍‌ସାଇନ୍‌ କଲେଜ ଏକ ପରୀକ୍ଷା କେନ୍ଦ୍ରର ମାନ୍ୟତା ପାଇଥିଲା । 2013 ଯୁକ୍ତ ଦୁଇ ପରୀକ୍ଷାରେ ଏହି କଲେଜ୍‌ରୁ ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍‌ ହୋଇଥିଲା । ଏହା ସତ୍ତ୍ୱେ ମଧ୍ୟ ସରକାର ଏହି କଲେଜ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନଥିଲେ । ସେହିପରି ପରବର୍ତ୍ତୀ ସମୟରେ କଲେଜକୁ ସରକାରୀ ଅନୁଦାନ ଦେବା ମଧ୍ୟ ଜାରି ରଖିଥିଲେ । ଏହି କଲେଜରେ ଘୋର ଅନିୟମିତତା ରହିଥିବା ନେଇ CAGର ରିପୋର୍ଟରେ ସ୍ପଷ୍ଟ ହୋଇଥିଲା। ଯେଉଁଥିରେ ଏହି କଲେଜ୍ ସରକାରୀ ଅନୁଦାନ ପାଇବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କଠାରୁ ମୋଟା ଅଙ୍କର ଆଡମିଶନ ତଥା ପରୀକ୍ଷା ଫିସ ନେଉଥିଲା। ଖାଲି ସେତିକି ନୁହେଁ ଏହି କଲେଜ କୌଣସି ସରକାରୀ ସର୍ତ୍ତ ମାନୁ ନଥିବାର ସିଏଜି ରିପୋର୍ଟ ଦେଇଥିଲା । ତେବେ ଏସବୁ ସତ୍ତ୍ବେ ଏହି କଲେଜ୍ କାହିଁକି ସରକାରଙ୍କ ଏତେ ପ୍ରିୟ ହୋଇ ରହିଥିଲା ଏହାର ତଦନ୍ତ ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.