ETV Bharat / state

ବଲାଙ୍ଗୀରରେ ବେଆଇନ କୋଭିଡ ପରୀକ୍ଷଣ କେନ୍ଦ୍ର ସିଲ

author img

By

Published : May 4, 2021, 2:03 PM IST

Updated : May 4, 2021, 2:23 PM IST

ବଲାଙ୍ଗୀରର ମୁଖ୍ୟ ସହରରେ ଥିବା ବେଆଇନ କୋଭିଡ ପରୀକ୍ଷଣ କେନ୍ଦ୍ରକୁ ସିଲ କରାଯାଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ବେଆଇନ କୋଭିଡ ପରୀକ୍ଷଣ କେନ୍ଦ୍ର ସିଲ
ବଲାଙ୍ଗୀରରେ ବେଆଇନ କୋଭିଡ ପରୀକ୍ଷଣ କେନ୍ଦ୍ର ସିଲ

ବଲାଙ୍ଗୀର: ଜିଲ୍ଲାର ମୁଖ୍ୟ ସହରରେ ଥିବା ପାଥୋଲ୍ୟାବକୁ ସିଲ କରିଛି ପ୍ରଶାସନ । ତେବେ ଏଠାରେ ଗତ କିଛି ଦିନରୁ ବେଆଇନ ଭାବରେ କୋରୋନା ପରୀକ୍ଷା କରୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସ ଏହି ଲ୍ୟାବକୁ ସିଲ୍ କରିଛି ।

କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟଥିବା ବେଳେ କିଛି ଅସାଧୁ ଲୋକ ବେଆଇନ କାମ କରି ଏଥିରୁ ମଧ୍ୟ ମୁନାଫା କମାଇବା ସହ ଲୋକଙ୍କ ଜୀବନ ସହ ଖେଳ କରିବାକୁ ପଛାଉ ନାହାଁନ୍ତି । ତେବେ ବଲାଙ୍ଗୀର ସହର ମଧ୍ୟରେ ଏହିଭଳି ପାଥକାଇଣ୍ଡ ପାଥୋଲ୍ୟାବ ଦୀର୍ଘ ଦିନରୁ ବେଆଇନ ଭାବରେ କୋଭିଡ ପରୀକ୍ଷା କରୁଥିବାର ଅଭିଯୋଗ ହୋଇଥିଲା । ପ୍ରତ୍ୟେକ ଟେଷ୍ଟ ପାଇଁ ଲୋକଙ୍କଠୁ ଏହି ଲ୍ୟାବ 200 ଟଙ୍କା ମଧ୍ୟ ଆଦାୟ କରୁଥିଲା ।

ଯାହାର ଅଭିଯୋଗ ପାଇବା ପାରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ ପରେ ଟାଉନ ପୋଲିସ ଏହି ଲ୍ୟାବକୁ ସିଲ୍ କରିଛି। ଲୋକଙ୍କ ଜୀବନ ସହ ଖେଳୁଥିବା ଏହି ଲ୍ୟାବ କିଭଳି କୋରୋନା ଟେଷ୍ଟ କରୁଥିଲା ତାର ତଦନ୍ତ ଏବେ ପୋଲିସ କରୁଛି । ସେହିଭଳି ଏହି ଲ୍ୟାବର ଲାଇସେନ୍ସକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି । ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ କେବଳ ସରକାରୀ ଡାକ୍ତରଖାନା ଓ ସ୍ବାସ୍ଥ୍ୟକେନ୍ଦ୍ର ଛଡ଼ା କୌଣସି ଘରୋଇ ଲ୍ୟାବକୁ କୋରୋନା ପରୀକ୍ଷାର ଅନୁମତି ନ ଥିବା ବେଳେ ଏହି ଲ୍ୟାବ କେମିତି ଏହା ଚଳାଇ ଆସିଥିଲା ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 4, 2021, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.