ETV Bharat / state

ପରକୀୟା ପ୍ରୀତିର କରୁଣ ପରିଣତି; ଝିଅର ମୃତଦେହ ଉଦ୍ଧାର, ଥାନାରେ ସ୍ବାମୀଙ୍କ ଏତଲା

author img

By

Published : Apr 7, 2020, 3:39 PM IST

ବଲାଙ୍ଗୀରରେ ପୋଖରୀରୁ ଜଣେ ଶିଶୁକନ୍ୟାଙ୍କ ମୃତ ଦେହ ଉଦ୍ଧାର । ମୃତ ଝିଅର ବାପା ନିଜ ସ୍ତ୍ରୀ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

five-year-old-boys-body-recovered-in-bolangir
ପାଞ୍ଚ ବର୍ଷ ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗୀର: ପୋଖରୀରୁ ଜଣେ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର । ମୃତ ଝିଅର ବାପା ନିଜ ସ୍ତ୍ରୀ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ବଲାଙ୍ଗୀର ଠିକାଦାରପଡାର ପ୍ରସନ୍ନ ବାଗଙ୍କ ସ୍ତ୍ରୀ ସତ୍ୟା ବାଗ ଗତ 21 ତାରିଖରେ ଘରେ ଦୁଇ ଶିଶୁକନ୍ୟାଙ୍କୁ ଛାଡି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପଳାଇଥିଲେ । ତେବେ ସେ ଗତକାଲି ଘରକୁ ଆସି ସାଙ୍ଗରେ ପାଞ୍ଚ ବର୍ଷର ସାନ ଝିଅ ସୌମ୍ୟା ବାଗକୁ ନେଇ ଯାଇଥିଲେ । ଆଜି ସୌମ୍ୟା ବାଗର ମୃତଦେହ ପୋଖରୀରୁ ମିଳିଥିଲା ।

ସେପଟେ ବାପା ପ୍ରସନ୍ନ ବାଗ ଏହାକୁ ନେଇ ନିଜ ସ୍ତ୍ରୀ ବିରୋଧରେ ଶିଶୁ କନ୍ୟାଙ୍କ ହତ୍ୟା ଅଭିଯୋଗରେ ବଲାଙ୍ଗୀର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ବଲାଙ୍ଗୀର ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ସଂପୃକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ସେଖ ମହମ୍ମହ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.