ETV Bharat / state

ରାଜସ୍ଥାନରୁ 2 ନାବାଳିକା ଉଦ୍ଧାର, 3 ଲକ୍ଷରେ ବିକ୍ରି କରିଥିବା ଦଲାଲ ଗିରଫ

3 ଲକ୍ଷ ଟଙ୍କାରେ ଜଣେ ନାବାଳିକାକୁ ବିକ୍ରି କରିଥିବା ଦଲାଲକୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଓଡିଶା ଓ ବିହାରର ଦୁଇ ଜଣ ନାବାଳିକାଙ୍କୁ ରାଜସ୍ଥାନକୁ ଚାଲାଣ କରାଯାଇଥିବା ବେଳେ ସେଠାରୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ

ଦୁଇ ନାବାଳିକା ଉଦ୍ଧାର
ଦୁଇ ନାବାଳିକା ଉଦ୍ଧାର
author img

By

Published : Jun 25, 2023, 7:59 AM IST

ଦୁଇ ନାବାଳିକା ଉଦ୍ଧାର

ବଲାଙ୍ଗୀର: ବିକ୍ରି ହୋଇଥିବା ନାବାଳିକାକୁ ଉଦ୍ଧାର କଲା ବଲାଙ୍ଗୀର ପୋଲିସ । ନାବାଳିକାକୁ 3 ଲକ୍ଷ ଟଙ୍କାରେ ଜଣେ ଦଲାଲ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ବଲାଙ୍ଗୀର ପୋଲିସ ରାଜସ୍ଥାନର ଏକ ଗ୍ରାମରୁ ନାବାଳିକାକୁ ଉଦ୍ଧାର କରିଛି । ଏହାସହ ଆଉ ଜଣେ ବିହାର ରାଜ୍ୟର ନାବାଳିକାକୁ ମଧ୍ୟ ବଲାଙ୍ଗୀର ପୋଲିସ ଉଦ୍ଧାର କରିଥିବା ବେଳେ ନାବାଳିକା ଚାଲାଣ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ପେଟପାଟଣା ପାଇଁ ଲୋକେ ବାହାର ରାଜ୍ୟକୁ ଯାଇଥାନ୍ତି । ଅନେକ ସମୟରେ ସେମାନେ ଶୋଷଣର ଶିକାର ହୋଇଥିବାର ଅଭିଯୋଗ ମଧ୍ୟ ଆସିଛି । ସେହିପରି ବଲାଙ୍ଗୀରର ଜଣେ ନାବାଳିକା ସିଲେଇ ଶିକ୍ଷା ପାଇଁ ତ୍ରିପୁରା ଯାଉଥିବା ବେଳେ ଅପହରଣର ଶିକାର ହୋଇଥିଲେ । ଆଉ ଏହାପରେ ମାତ୍ର 3 ଲକ୍ଷ ଟଙ୍କାରେ ଜଣେ ଦଲାଲ ତାଙ୍କୁ ବିକ୍ରି କରି ଦେଇଥିବାର ଗୁରୁତର ଅଭିଯୋଗ ଆସିଥିଲା ।

ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଚୁଇଲ ଫୁଙ୍କା ଗ୍ରାମର ଏହି ନାବାଳିକାଙ୍କୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ପୀଡିତାଙ୍କ ମାଆ । ଗତ ମେ' 5 ତାରିଖରେ ବଙ୍ଗୋମୁଣ୍ଡା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ଶୀଘ୍ର ଉଦ୍ଧାର ପାଇଁ ସେ ନିବେଦନ କରିଥିଲେ । ସେପଟେ ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ସେପଟେ ଅଭିଯୋଗର କିଛି ଦିନ ପରେ ପୀଡିତା ଜଣକ ତାଙ୍କ ମାଆଙ୍କୁ ମେସେଜ କରିଥିଲେ । ଯେଉଁଥିରେ ତାଙ୍କୁ ଅପହରଣ ପରେ ରାଜସ୍ଥାନରେ ବିକ୍ରି କରାଯାଇଥିବା ସେ କହିଥିଲେ ।

ଏହି ସୂଚନା ପାଇବା ପରେ ପୋଲିସ ସାଇବର ଟିମର ସହଯୋଗ ନେଇ ନାବାଳିକାଙ୍କୁ ରାଜସ୍ଥାନରେ ଠାବ କରିଛି । ସେହିପରି ତାଙ୍କ ସହ ସେଠି ବନ୍ଧକ ଥିବା ବିହାର ରାଜ୍ୟର ଆଉ ଜଣେ ନାବାଳିକାକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ସମ୍ପୃକ୍ତ ଦଲାଲକୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ପୀଡ଼ିତାଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କ ଝିଅ ସିଲେଇ ଶିକ୍ଷା ପାଇଁ ବାହାରିଥିଲେ । ତାଙ୍କ ଗାଁରୁ ଟିଟିଲାଗଡ ବସ୍ ଯୋଗେ ଯିବା ପରେ ଟିଟିଲାଗଡ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକଙ୍କ ସହ ତାଙ୍କର ଦେଖା ହେଇଥିଲା ଏବଂ ସେହି ଯୁବକ ତାଙ୍କୁ ବିଭିନ୍ନ ଆଳ ଦେଖାଇ ସେଠାରୁ ଅପହରଣ କରିନେଇଥିଲା । ଏହାପରେ ଝିଅକୁ ରାଜସ୍ଥାନରେ କୌଣସି ଏକ ଘରେ ବନ୍ଧକ ଭାବରେ ରଖାଯାଇ ନିର୍ଯାତନା ଦିଆଯାଉଥିଲା । ତେବେ ପୋଲିସ ଏହି ମାମଲାରେ ତ୍ୱରିତ ପଦକ୍ଷେପ ନେବା ସହ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ପୀଡିତାଙ୍କ ମାଆ ।

ତେବେ ଏହି ସଂକ୍ରାନ୍ତରେ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଦଲାଲକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ବଲାଙ୍ଗୀର ଟିକ୍ରାପଡ଼ା ଗ୍ରାମର କଳାକାହ୍ନୁ ରତେଇ ବୋଲି ଜଣାପଡିଛି । ଏହାସହ ଉଦ୍ଧାର ହୋଇଥିବା ଉଭୟ ପୀଡିତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.