ETV Bharat / state

କୋରୋନା କାଳରେ କେମିତି ହେବ ଦୁର୍ଗା ପୂଜା ? - Durga Puja during Corona

କୋରୋନା ପରିସ୍ଥିତି ଅସମ୍ଭାଳ ଥିବା ବେଳେ ଆଗକୁ ଶାରଦୀୟ ଦୁର୍ଗା ପୂଜା ବଲାଙ୍ଗୀରରେ କେମିତି ପାଳନ ହେବ ? କୋଭିଡ ନିୟମ ମଧ୍ୟରେ ଅଳ୍ପ କିଛି ସ୍ଥାନରେ ଏହି ପୂଜା ହେବାକୁ ଥିବା ବେଳେ ବିନା ଭକ୍ତର ଏଥର ଦୁର୍ଗା ପୂଜା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ..

how-to-durga-puja-during-corona-time
how-to-durga-puja-during-corona-time
author img

By

Published : Oct 13, 2020, 11:20 PM IST

ବଲାଙ୍ଗୀର: କୋରୋନା ପରିସ୍ଥିତି ଅସମ୍ଭାଳ ଥିବା ବେଳେ ଆଗକୁ ଶାରଦୀୟ ଦୁର୍ଗା ପୂଜା ବଲାଙ୍ଗୀରରେ କେମିତି ପାଳନ ହେବ ? କୋଭିଡ ନିୟମ ମଧ୍ୟରେ ଅଳ୍ପ କିଛି ସ୍ଥାନରେ ଏହି ପୂଜା ହେବାକୁ ଥିବା ବେଳେ ବିନା ଭକ୍ତରେ ଏଥର ଦୁର୍ଗା ପୂଜା ଅନୁଷ୍ଠିତ ହେବ । ପାର୍ବଣ ଋତୁ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହେବାକୁ ଥିବା ବେଳେ ବଲାଙ୍ଗୀରରେ ଏଥର କୌଣସି ମଣ୍ଡପ ଏଥିରେ ଝଲସିବ ନାହିଁ। କେବଳ ରୀତିନୀତି ଓ ପରମ୍ପରା ଅନୁସାରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ । ଯେଉଁଥିରେ ଭକ୍ତ ମଧ୍ୟ ସାମିଲ ହୋଇ ପାରିବେ ନାହିଁ। ତେବେ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ସରକାରଙ୍କ କଟକଣା ମଧ୍ୟରେ ଏଥର ବଲାଙ୍ଗୀରରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ମା ଦୁର୍ଗାଙ୍କ ପୂଜା ଅନୁଷ୍ଠିତ କରିବେ ।

କୋରୋନା କାଳରେ କେମିତି ହେବ ଦୁର୍ଗା ପୂଜା

ଏଥିପାଇଁ ସବୁ ମଣ୍ଡପ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯେଉଁଥିରେ 4 ଫୁଟ ଉଚ୍ଚର ମୂର୍ତ୍ତୀ ସହ ବିନା ତୋରଣ କିମ୍ବା ଲାଇଟ ସାଜସଜ୍ଜାରେ ଏଥର ନିରାଡ଼ମ୍ବର ଭାବରେ ଏହି ପୂଜା କରିବା ପାଇଁ ସବୁ ମଣ୍ଡପ ପ୍ରସ୍ତୁତି କରୁଛନ୍ତି । ବଲାଙ୍ଗୀର ସହର ମଧ୍ୟରେ ସାଧାରଣତଃ 21 ଗୋଟି ପୂଜା ମଣ୍ଡପ ଦୁର୍ଗା ପୂଜା ଆୟୋଜନ କରିଥାନ୍ତି ଏବଂ ଏଥିପାଇଁ ବ୍ୟାପକ ସାଜସଜ୍ଜା ସହ ସାରା ସହର ଝଲସି ଉଠିଥାଏ । ସେହିପରି ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟ ହୋଇଥାଏ ।

ହେଲେ ଚଳିତ ବର୍ଷ ଅର୍ଦ୍ଧାଧିକ ମଣ୍ଡପ ପୂଜା କରୁ ନଥିବା ବେଳେ ଯେଉଁ ମାନେ କରୁଛନ୍ତି ସେମାନେ ମଧ୍ୟ ସବୁ କୋଭିଡ ନିୟମ ମାନି ଏହା ଆୟୋଜନ କରୁଛନ୍ତି । ତେବେ ବିନା ଭକ୍ତର ଏହି ପୂଜା ହେବାକୁ ଥିବା ବେଳେ କିଛି ମଣ୍ଡପ ଲୋକଙ୍କୁ ଅନଲାଇନ ମା’ଙ୍କ ଦର୍ଶନ କରାଇବା ପାଇଁ ମନସ୍ଥ କରିଛନ୍ତି । କୋରୋନା ପାଇଁ ଏଥର ଦୁର୍ଗା ପୂଜା ଫିକା ପଡିବ ନିଶ୍ଚୟ । ତେବେ ପରମ୍ପରା ରୀତି ନୀତି ଅନୁସାରେ କେବଳ ସୀମିତ ଲୋକଙ୍କ ମଧ୍ୟ ରେ ଏହି ପୂଜା ହେବ ବୋଲି ଜଣା ପଡ଼ିଛି।

ବଲାଙ୍ଗୀରରୁ ଏସକେ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.