ETV Bharat / state

ଐତିହାସିକ ନବମତମ ଭୀମପାହାଡ଼ ମହୋତ୍ସବ ଉଦଯାପିତ - ଋଷି ମୁନିଙ୍କ ତପସ୍ୟା କେନ୍ଦ୍ର

ବଲାଙ୍ଗୀରର ଐତିହାସିକ ପର୍ଯ୍ୟଟନସ୍ଥଳୀ ଭୀମ ପାହାଡ଼ ପାଦ ଦେଶରେ ପାଳିତ ନବମତମ ଭୀମପାହାଡ଼ ମହୋତ୍ସବ ଗତକାଲି ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ

pahad mahotsav concluded
pahad mahotsav concluded
author img

By

Published : May 21, 2023, 1:29 PM IST

pahad mahotsav concluded

ବଲାଙ୍ଗୀର: ବଲାଙ୍ଗୀରର ଐତିହାସିକ ପର୍ଯ୍ୟଟନସ୍ଥଳୀ ଭୀମ ପାହାଡ଼ ପାଦ ଦେଶରେ ପାଳିତ ନବମତମ ଭୀମପାହାଡ଼ ମହୋତ୍ସବ ଉଦଯାପିତ । ଚାରି ଦିନ ଧରି ଚାଲିଥିଲା ଏହି ମହୋତ୍ସବ । ଏହି ମହୋତ୍ସବରେ ସ୍ଥାନୀୟ ଓ ରାଜ୍ୟ ବାହାର ଲୋକ ନୃତ୍ୟ ଏଠିକାର ମଞ୍ଚକୁ ଦୁଲୁକାଇ ଥିଲା । ସମାନ ଭାବରେ ଖୋଲା ମଞ୍ଚରେ ରାବଣ ମହାରାଜାଙ୍କ ଦରବାର ମଧ୍ୟ ଲୋକଙ୍କୁ ଖୁବ ଆକୃଷ୍ଟ କରିଥିଲା । ଏନେଇ ଜିଲ୍ଲା ତଥା ଜିଲ୍ଲା ବାହାର ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଐତିହାସିକ ପୃଷ୍ଟଭୂମି ରଖୁଥିବା ବଲାଙ୍ଗୀରର ଦେଓଗାଁ ଥାନା ଅନ୍ତର୍ଗତ ମୁକୁନ୍ଦ ପୁରର ଭୀମପାହାଡ଼ ।

ଏହି ପାହାଡ଼ ବଲାଙ୍ଗୀରର ସ୍ୱାଧୀନତା ସଂଗ୍ରାମ ଠାରୁ ନେଇ ଅନେକ ଇତିହାସ ନିଜ ଭିତରେ ସମାହିତ କରି ରଖିଛି । ସେହିପରି ଆଧ୍ୟାତ୍ମିକ ଭାବରେ ଏହା ଋଷି ମୁନିଙ୍କ ତପସ୍ୟା କେନ୍ଦ୍ର ଭାବରେ ଅତୀତରେ ବ୍ୟବହାର ହେଉଥିଲା । ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ପାହାଡରେ 64ରୁ ଅଧିକ ଗୁମ୍ଫା ଏହାର ବିଶେଷତ୍ଵ ଆହୁରି ବଢ଼ାଇଛି । ସେହିପରି ନିକଟରେ ରାଜ୍ୟ ସରକାର ଏହାକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପରେ ଏଠି ଲୋକଙ୍କ ଆଗମନ ଅଧିକ ହୋଇଛି । ଏଠିକାର ଲୋକ କଳା ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ବିଗତ ନଅ ବର୍ଷ ହେବ ଏଠି ଭୀମ ପାହାଡ଼ ମହୋତ୍ସବର ଆୟୋଜନ କରାଯାଉଛି ।

ତେବେ ଚଳିତଥର ନବମ ଭୀମ ପାହାଡ଼ ମହୋତ୍ସବ ଏଠି ଆୟୋଜିତ ହୋଇଥିଲା । ଯାହା ପାଇଁ ରାଜ୍ୟ ସରକାର ପ୍ରଥମ କରି ପାଞ୍ଚ ଲକ୍ଷ୍ୟ ଟଙ୍କା ଅନୁଦାନ ମଧ୍ୟ ଦେଇଥିଲେ । ଏହି ମହୋତ୍ସବ ଗତ 17 ତାରିଖରୁ ଆରମ୍ଭ ହୋଇ ଚାରିଦିନ ପର୍ଯ୍ୟନ୍ତ ମହୋତ୍ସବ ପାଳିତ ହୋଇଥିଲା । ଯେଉଁଥିରେ ସ୍ଥାନୀୟ ଲୋକ ଗୀତ ନୃତ୍ୟ ଯେମିତି କି ସମ୍ବଲପୁରୀ ନୃତ୍ୟ, ଘୁଡକା ନୃତ୍ୟ ଇତ୍ୟାଦି ସନ୍ଧ୍ୟାରେ ମଞ୍ଚ ଦୁଲୁକାଇ ଥିଲା । ଏହା ଛଡା ରାଜ୍ୟ ବାହାର ଲୋକ ନୃତ୍ୟରେ ପଶ୍ଚିମବଙ୍ଗ ପୁରୁଳିଆର ଆଦିବାସୀ ନୃତ୍ୟ, ଝାଡଖଣ୍ଡ ରାଜ୍ୟର ଝୁମେର ନୃତ୍ୟ ମୋଟ 20ଟି ଲୋକ ନୃତ୍ୟ ଏଠି ପରିବେଷିତ ହୋଇଥିଲା । ସେହିପରି ଏଠି ପ୍ରଥମ କରି ଆୟୋଜିତ ହୋଇଥିବା ଖୋଲା ମଞ୍ଚରେ ରାବଣ ମହାରାଜାଙ୍କ ଦରବାର ପାଇଁ ଲୋକଙ୍କ ବେଶ ଭିଡ଼ ଜମିଥିଲା । ଯେଉଁଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଲୋକ ଏହି ମହୋତ୍ସବରେ ସାମିଲ ହୋଇଥିଲେ।

ତେବେ ରାଜ୍ୟସଭା ସାଂସଦ ମୁନା ଖାଁ ଏହି ମହୋତ୍ସବରେ ଆସିବାର ସୁଯୋଗକୁ ନେଇ ନିଜକୁ ଭାଗ୍ୟବାନ ମନେ କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ବିଜେଡି ନେତା ମନ୍ମଥ ବିଜୟ ସିଂହ ଦେଓ ଏହି ପାହାଡ଼ ବିଷୟରେ ଶୁଣିଥବା ବେଳେ ଗତକାଲି ଏଠି ଆୟୋଜିତ ହେଉଥିବା ମହୋତ୍ସବରେ ସେ ଯୋଗ ଦେଇ ନିଜକୁ ଗର୍ବିତ ମନେ କରୁଥିବାର କହିଛନ୍ତି । ସେହିପରି ଏହାର ବିକାଶ ପାଇଁ ନବୀନ ପଟ୍ଟନାୟକ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ପାହାଡ଼କୁ ସେ ନିଜେ ଆସି ବୁଲି ଦେଖିବେ ଓ ଏହାର ଇତିହାସ ବର୍ତ୍ତମାନ ଉପରେ ଲୋକଙ୍କ ସହ ଚର୍ଚ୍ଚା କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.