ETV Bharat / state

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ରାସ୍ତାକୁ ଓହ୍ଲାଇଲେ ଲୋକେ - ଆନ୍ଦୋଳନ

ସହରରେ କୃତ୍ରିମ ବନ୍ୟା । ବେହାଲ ହୋଇଛି ବଲାଙ୍ଗୀର । ଘରେ ପଚିଛି ପାଣି । ଫଳରେ ପ୍ରଶାସନର ବିଫଳତାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ ।

ଡିଜାଇନ ଫଟୋ
author img

By

Published : Sep 7, 2019, 12:06 AM IST

ବଲାଙ୍ଗୀର: ଲଗାଣ ବର୍ଷା ଜାରି ରହିଥିବା ବେଳେ ସହରରେ ପୁଣି ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ପରିସ୍ଥିତି ସେତେ ଗମ୍ଭୀର ନ ଥିଲେ ମଧ୍ୟ ତଳିଆ ଅଂଚଳରେ ଲୋକଙ୍କ ଘରକୁ ପଶିଯାଇଛି ପାଣି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ସେପଟେ ପୌର ପାଳିକା ଓ ପ୍ରଶାସନର ଖାମ ଖିଆଲୀ ନୀତି ପାଇଁ ଏସବୁ ହେଉଥିବାର କହି ଲୋକେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ।

ରାସ୍ତାକୁ ଓହ୍ଲାଇଲେ ଲୋକେ

ବିଶେଷ କରି ବଲାଙ୍ଗୀର ସହରର ମାଲପଡା, ବରପାଲି ପଡା, ହାଥିସାଲ ପଡା, ଠିକାଦାର ପଡା ଓ ରେଲୱେ ଷ୍ଟେସନ ରୋଡ଼ ଭଳି ତଳିଆ ଅଂଚଳରେ ବର୍ଷା ପାଣି ଘର ଭିତରକୁ ପଶିଛି । ସେହିପରି ମୁଖ୍ୟ ରାସ୍ତାରେ ମଧ୍ୟ ଆଣ୍ଠୁଏରୁ ଅଧିକ ପାଣି ଜମି ରହିଥିଲା । ଯାହା ଫଳରେ ସହରରେ ପୁଣି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ପ୍ରଶାସନର ଉଦାସନୀତ ଯୋଗୁଁ ଉତକ୍ଷିପ୍ତ ହୋଇଛନ୍ତି ସ୍ଥାନୀୟ ଲୋକେ ।

ମାଲପଡାର ଶତାଧିକ ଲୋକ ବଲାଙ୍ଗୀର ରେଲୱେ ଷ୍ଟେସନ ରୋଡ଼ ଅବରୋଧ କରିଥିଲେ । ବନ୍ୟା ପାଣି ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ବେଳେ ଡ୍ରେନକୁ ଜବର ଦଖଲ କରିବା ପରେ ବନ୍ଦ ହୋଇପଡିଛି । ଫଳରେ ବନ୍ୟା ପାଣି ଘର ଓ ରାସ୍ତା ଉପରେ ଜମୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଏବଂ ଏଥି ପାଇଁ ସେମାନେ ଅନେକ ଥର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ପରେ ମଧ୍ୟ ସୁଫଳ ମିଳୁନାହିଁ । ତେଣୁ ଏମାନେ ଆନ୍ଦୋଳନ କରୁଥିବାର କହିଛନ୍ତି । ସେପଟେ ପୌର ପାଳିକ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେବା ପରେ ଏହି ଆନ୍ଦୋଳନ ହଟିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.