ETV Bharat / state

ବଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା ଉଦ୍ୟମ

author img

By

Published : Jul 28, 2022, 7:40 PM IST

ଭାଇର ମୃତ୍ୟୁକୁ ସହି ପାରିଲାନି ସାନଭାଇ । ବିଷ ପିଇ ଆତ୍ମହତ୍ୟା ପାଇଁ କଲା ଉଦ୍ୟମ । ଅଧିକ ପଢ଼ନ୍ତୁ

ବଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା ଉଦ୍ୟମ
ବଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର : ବଡ଼ ଭାଇର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା ଉଦ୍ୟମ କଲା ସାନ ଭାଇ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲାପଡା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ଗ୍ରାମରେ । ଏହି ଗାଁର ଯୁବକ ଦୀପକ ପଟେଲ ତାଙ୍କର ତିନି ସାଙ୍ଗଙ୍କ ସହିତ ନିକଟସ୍ଥ ଗଙ୍ଗାଧର ଡେମକୁ ମାଛ ମାରିବାକୁ ଯାଇଥିଲେ । ତେବେ ସେଠି ସେ ପାଣିରେ ବୁଡି ଯାଇଥିବା ବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଖବର ଶୁଣିବାପରେ ତାଙ୍କର ସାନ ଭାଇ ବିଶ୍ୱଜିତ ପଟେଲ ଭାଇର ମୃତ୍ୟୁ ଖବର ସହି ନପାରି ବିଷ ପିଇ ଦେଇଥିଲେ । ଏହାପରେ ତାଙ୍କ ପରିବାର ଲୋକେ ପ୍ରଥମେ ବିଶ୍ୱଜିତଙ୍କୁ ବେଲପଡ଼ା ଓ ପରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଏବେବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.