ETV Bharat / state

ପ୍ରଶାସନର ମନମୁଖୀ କାର୍ଯ୍ୟ, ଗ୍ରାମସଭାକୁ ବର୍ଜନ କଲା ଜିଲ୍ଲା ସରପଞ୍ଚ ସଂଘ - ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା

ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଜିଲ୍ଲା ତମାମ ସବୁ ଗ୍ରାମ ସଭାକୁ ବର୍ଜନ କରିଛି ଜିଲ୍ଲା ସରପଞ୍ଚ ସଂଘ। ଅଧିକ ପଢନ୍ତୁ

sarpanch association
sarpanch association
author img

By

Published : Jan 27, 2023, 8:16 AM IST

ଗ୍ରାମ ସଭାକୁ ବର୍ଜନ କଲା ଜିଲ୍ଲା ସରପଞ୍ଚ ସଂଘ

ବଲାଙ୍ଗୀର: ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସବୁ ପଞ୍ଚାୟତରେ ଗ୍ରାମ ସଭା ହେବାର ଥିଲା। ହେଲେ ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଜିଲ୍ଲା ତମାମ ସବୁ ଗ୍ରାମ ସଭାକୁ ବର୍ଜନ କରିଛି ଜିଲ୍ଲା ସରପଞ୍ଚ ସଂଘ । ଯେଉଁଥିରେ ଜିଲ୍ଲା ସରପଞ୍ଚ ସଂଘର ଆହ୍ବାନରେ ଜିଲ୍ଲାର 14ଟି ବ୍ଲକ 317ଟି ପଞ୍ଚାୟତରେ ସରପଞ୍ଚମାନେ ଏହି ଗ୍ରାମସଭାକୁ ବର୍ଜନ କରିଛନ୍ତି।

ସୂଚନା ମୁତାବକ, ଅନଲାଇନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଗ୍ରହଣ କରା ଯାଇଥିଲା । ସରପଞ୍ଚ କିମ୍ବା ଲୋକଙ୍କୁ ଅବଗତ ନକରି ସବୁ ବ୍ଲକ ପ୍ରଶାସନ ଯୋଗ୍ୟ ହିତାଧିକାରୀଙ୍କ ନାଁ ଏଥିରୁ କାଟି ଦିଆଯାଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ସରପଞ୍ଚ ସଂଘ ପୂର୍ବରୁ ସବୁ ବ୍ଲକରେ ବିଡ଼ିଓମାନଙ୍କୁ ଏକ ଦାବି ପତ୍ର ମଧ୍ୟ ଦେଇଥିଲେ । ତେବେ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରିବା ସହ ଯେଉଁମାନଙ୍କ ନାଁ କଟିଲା ତାର କାରଣ ଦର୍ଶାଇବା ଦାବି କରିଥିଲେ ।

ସେହିପରି ସରପଞ୍ଚ ସଂଘ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବା ସହ ଆବାସ ଯୋଜନା ଅବନ୍ତନରେ ପାରଦର୍ଶିତା ଆଣିବା ପାଇଁ ଦାବି କରିଥିଲେ । ହେଲେ ଏସବୁ ଦାବି ଏଯାଏଁ ପୁରଣ ନାହେବାରୁ ସରପଞ୍ଚ ସଂଘ ସବୁଠି ଗ୍ରାମ ସଭାକୁ ବର୍ଜନ କରିଛନ୍ତି । ଯେଉଁଥିରେ ବଲାଙ୍ଗୀର ସରପଞ୍ଚ ସଂଘ ସଭାପତି ବୀରବର ସାହୁ କହିଛନ୍ତି ଯେ, ପ୍ରଶାସନ ନିଜ ମନ ମୁଖି କାର୍ଯ୍ୟ କରି ଯୋଗ୍ୟ ଲୋକଙ୍କ ନାଁ ଏଥିରୁ ବାଦ୍ ଦେଇଛି । ସମାନ ଭାବରେ ପ୍ରତ୍ୟେକ ପଞ୍ଚାୟତ ପାଇଁ ଆସିଥିବା ଟାର୍ଗେଟକୁ ଏପଟସେପଟ କରି ନିଜ ମନମୁଖୀ ଭାବରେ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରିଛି । ଯାହାଫଳରେ ଏଥିରେ ସରପଞ୍ଚ ମାନଙ୍କର କୌଣସି ଭୂମିକା ନଥିଲେ ମଧ୍ୟ ଲୋକ ସିଧା ସଳଖ ସରପଞ୍ଚଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ।

ସରପଞ୍ଚ ସଂଘ ପୂର୍ବରୁ ସବୁ ବ୍ଲକ ପ୍ରଶାସନ ସହିତ ଜିଲ୍ଲାପାଳଙ୍କୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯଜୋନାରେ ସାମିଲ କରିବାକୁ ଦାବି ପତ୍ର ଦେଇଥିଲେ । ଚୂଡ଼ାନ୍ତ ତାଲିକା ସହ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ତାଲିକା ମଧ୍ୟ ପ୍ରକାଶ କରିବାକୁ ଦାବି କରିଥିଲେ । ସମାନ ଭାବରେ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବାକୁ ମଧ୍ୟ ଏମାନେ ଦାବି କରିଥିଲେ । ହେଲେ ପ୍ରଶାସନ ତାହା ନକରିବାରୁ ଏବେ ସରପଞ୍ଚମାନେ ସବୁଠି ଦୋଷ ବହନ କରୁଥିବା ସେମାନେ କହିଛନ୍ତି । ତେଣୁ ସରପଞ୍ଚ ସଂଘ ଆଜି ସବୁଠି ଗ୍ରାମସଭାକୁ ବର୍ଜନ କରିଛି । ଦାବି ପୂରଣ ନହେଲେ ଆଗକୁ 30 ତାରିଖରେ ହେବାକୁ ଥିବା ଗ୍ରାମସଭାକୁ ମଧ୍ୟ ବର୍ଜନ କରିବେ ବୋଲି କହିଛି ସରପଞ୍ଚ ସଂଘ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.