ETV Bharat / state

ସରକାରୀ ସହାୟତା ଅପହଞ୍ଚ, ପାଇଖାନାରେ ବିତୁଛି ମହିଳାଙ୍କ ଜୀବନ

ପ୍ରଶାସନିକ ସହାୟତା ସାତସପନ । ଦୀର୍ଘ ଦିନ ଧରି ପାଇଖାନାରେ ବିତୁଛି ଜୀବନ । ଅଧିକ ପଢନ୍ତୁ...

author img

By

Published : Jun 12, 2021, 10:51 PM IST

ସରକାରୀ ସହାୟତା ଅପହଞ୍ଚ: ପାଇଖାନାରେ ବିତୁଛି ମହିଳାଙ୍କ ଜୀବନ

ବଲାଙ୍ଗୀର: ଗରିବ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା କରୁଛନ୍ତି ହେଲେ ଏଭଳି ପରିସ୍ଥିତିରେ ଜଣେ ମହିଳା ଦୀର୍ଘ ତିନି ବର୍ଷ ହେବ ଏକ ପାଇଖାନା ଘରେ ବିତାଇ ଆସୁଛନ୍ତି ଜୀବନ । ଦୁଃଖକଷ୍ଟରେ ସେ ଦିନ କାଳାତିପାତ କରୁଥିବା ବେଳେ ଏଯାଏଁ ପ୍ରଶାସନ କିମ୍ବା ସରକାରଙ୍କ ପଡ଼ି ନାହିଁ ନଜର।

ପାଇଖାନା ଘରେ ରହିବା ଓ ବସିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ସେହି ଘରେ ରଖୁଛନ୍ତି । ଯେଉଁଠି ରନ୍ଧାବଢ଼ା, ଖିଆପିଆ କରିବା ସହ ଖରା, ବର୍ଷା, ଶୀତରେ ଦୁର୍ବିସହ ଦିନ କରୁଛନ୍ତି । ଏଭଳି ଦୟନୀୟ ସ୍ଥିତିରେ ଜୀବନ ଜିଉଁଥିବା ନିରୀହ ମହିଳା ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ମହିମୁଣ୍ଡା ଗାଁର ସନ୍ଧ୍ୟାରାଣୀ ନାଗ । ବର୍ଷେ କି ଅଧେ ନୁହେଁ, ଦୀର୍ଘ ୩ ବର୍ଷ ହେଲା ଏଠାରେ ଏଭଳି ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ସନ୍ଧ୍ୟା। ୪ ବର୍ଷ ହେଲା ତାଙ୍କ ଘର ଭାଙ୍ଗି ଯିବା ପରେ ବାସହରା ହେଇ ଯାଇଛନ୍ତି । ଗୋଟିଏ ବର୍ଷ ଏଣେତେଣେ ରହିବା ପରେ ତାଙ୍କର ପାଇଖାନା ନିର୍ମାଣ ହୋଇଥିଲା ।

ହେଲେ ରହିବା ପାଇଁ ତାଙ୍କର ବ୍ୟବସ୍ଥା ନଥିବାରୁ ଏହି ଜାଗାକୁ ଆଦରି ନେଇଥିଲେ ସନ୍ଧ୍ୟାରାଣୀ । ବିଡମ୍ବନାର ବିଷୟ ସେ ବର୍ଷ ବର୍ଷ ଧରି ପାଇଖାନାରେ ରହୁଥଲେ ବି ଆବାସ ଯୋଜନାରେ ସାମିଲ ହୋଇ ପାରି ନାହିଁ । ଏପରିକି ଲାଞ୍ଚ ନ ଦେଲେ ଘର ଖଣ୍ଡିଏ ମିଳୁ ନଥିବା କହିଛନ୍ତି ସନ୍ଧ୍ୟା । ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ଜଣାଇଥିଲେ ବି କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି ।

ସେପଟେ ଶ୍ରେଷ୍ଠ ପଞ୍ଚାୟତ ମାନ୍ୟତା ପାଇଥିବା ମହୀମୁଣ୍ଡା ପଞ୍ଚାୟତରେ ଏଭଳି ଶୋଚନୀୟ ଅବସ୍ଥା ସମସ୍ତଙ୍କୁ ଚକିତ କରିଛି । ପଞ୍ଚାୟତ ଅଫିସରେ ମାନପତ୍ର ଟାଙ୍ଗୀ ସରପଞ୍ଚ ବାହାବା ନେଉଥିବା ବେଳେ ଅନ୍ୟପଟେ ନିଜ ଗାଁର ଦୁର୍ଦ୍ଦଶା ବୁଝିବାରେ ଅସମର୍ଥ । ଏପରିକି ଗାଁର ଜଣେ ନିରୀହ ମହିଳା ୩ ବର୍ଷ ହେଲା ଲାଟିନ ଘରେ ରହୁଥିଲେ ବି ସରପଞ୍ଚ ଅନନ୍ତ ପଧାନଙ୍କ ନିକଟରେ କୌଣସି ଖବର ନାହିଁ । ଆଶ୍ଚର୍ଯ୍ୟର କଥା ନିଜ ଗାଁର କଥା ବାବଦରେ ଜାଣି ପାରୁନଥିବା ସରପଞ୍ଚ ଅନ୍ୟ ଗାଁର ସମସ୍ୟାର ସମାଧାନ କରୁଥିବେ କେମିତି, ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

ବଲାଙ୍ଗୀରରୁ ସେଖ୍ ମଦମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.