ETV Bharat / state

ପ୍ରତାରଣା ପରେ ପ୍ରେମିକାର ଧାରଣା - ପ୍ରେମିକାର ଧାରଣା

ଜଣେ ଯୁବତୀ ପ୍ରେମ କରି ଧୋକା ପାଇବା ପରେ ନ୍ୟାୟ ପାଇଁ ପ୍ରେମିକ ଘର ସମ୍ମୁଖରେ ଦେଇଛି ଧାରଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କଳସରା ଗ୍ରାମରେ । ଅଧିକ ପଢନ୍ତୁ...

ପ୍ରତାରଣା ପରେ ପ୍ରେମିକାର ଧାରଣା
ପ୍ରତାରଣା ପରେ ପ୍ରେମିକାର ଧାରଣା
author img

By

Published : Jun 19, 2021, 9:59 PM IST

ବଲାଙ୍ଗୀର: ପ୍ରେମ ପ୍ରତାରଣା ପରେ ପ୍ରେମିକାର ଧାରଣା । ଜଣେ ଯୁବତୀ ପ୍ରେମ କରି ଧୋକା ପାଇବା ପରେ ନ୍ୟାୟ ପାଇଁ ପ୍ରେମିକ ଘର ସମ୍ମୁଖରେ ଦେଇଛି ଧାରଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କଳସରା ଗ୍ରାମରେ ।

ପ୍ରତାରଣା ପରେ ପ୍ରେମିକାର ଧାରଣା

ସୂଚନା ଅନୁଯାୟୀ, କଳସରା ଗ୍ରାମର ପିଣ୍ଟୁ ଚନ୍ଦନ ଓ ଉକ୍ତ ଯୁବତୀ ପରସ୍ପରକୁ ଭଲ ପାଇ ଘରୁ ଅନ୍ୟତ୍ର ଯାଇ ବିବାହ କରିଥିଲେ। କିଛି ମାସ ଏକାଠି ରହିବା ପରେ ପ୍ରେମିକ ପିଣ୍ଟୁ ଯୁବତୀଙ୍କୁ ମିଛ କହି ଅନ୍ୟତ୍ର ଚାଲି ଯାଇଥିଲେ। ଏହି ଘଟଣା ପରେ ଯୁବତୀ ଜଣଙ୍କ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ହେଲେ ମାସ ପରେ ମାସ ବିତିଥିଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଶନିବାର ଅନ୍ୟ କିଛି ଉପାୟ ନପାଇ ସେ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେବା ସହ ନ୍ୟାୟ ନମିଳିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଗ୍ରାମବାସୀ ଯୁବତୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଯୁବତୀ ଜଣକ ନିଜ ଜିଦରେ ଅଟଳ ଅଛନ୍ତି। ଅନ୍ୟପଟେ ଏହାକୁ ନେଇ ପୋଲିସ ପ୍ରଶାସନ ଏଯାଏଁ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.