ETV Bharat / state

Garib Pandey Death Case: ଗଣ୍ଡଗୋଳରୁ ଗରିବକୁ ହତ୍ୟା, ୩ ଗିରଫ - ଗରିବ ପାଣ୍ଡେ ହତ୍ୟା ମାମଲା

ବଲାଙ୍ଗୀରର କୁଖ୍ୟାତ ଅପରାଧୀ ଗରିବ ପାଣ୍ଡେ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ(Garib Pandey Death Case Balangir) । ଅଧିକ ପଢନ୍ତୁ

Garib Pandey Death Case: ଗଣ୍ଡଗୋଳରୁ ହତ୍ୟା ଘଟିଥିଲା, ୩ ଅଭିଯୁକ୍ତ ଗିରଫ

author img

By

Published : Dec 25, 2021, 6:37 PM IST

ବଲାଙ୍ଗୀର: କୁଖ୍ୟାତ ଅପରାଧୀ ଗରିବ ପାଣ୍ଡେ ହତ୍ୟା ମାମଲାରେ ୩ ଗିରଫ(Garib Pandey Death Case Balangir) । ଏଥିସହ ଗୋଟିଏ ଅଟୋ ଓ ଦୁଇଟି ବାଇକ୍ ଜବତ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବେ ପାଣ୍ଡେକୁ ହତ୍ୟା କରାଯାଇଥିବା ସୂଚନା । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ତେଲିଗୋଡପଡ଼ାର ଇଦୁଲ ଖାନ, ସାଲେପାଲିର ସିଦ୍ଧାନ୍ତ ସେଠ ଓ ସୁଦ୍ଦିନ ଜାନି ।

Garib Pandey Death Case: ଗଣ୍ଡଗୋଳରୁ ହତ୍ୟା ଘଟିଥିଲା, ୩ ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ ଗତ ୧୪ ତାରିଖ ରାତିରେ ମୃତ ଗରିବଙ୍କ ସମେତ ୩ ଅଭିଯୁକ୍ତ ଏକାଠି ବସିଥିଲେ । ଏହି ସମୟରେ ପୂର୍ବରୁ କୌଣସି ମାମଲାକୁ ନେଇ ଏମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଯାହାପରେ ଗିରଫ ୩ ଅଭିଯୁକ୍ତ ମିଶି ଗରିବକୁ ଧୋତିରେ ତଣ୍ଟିଚିପି ହତ୍ୟା କରି ସହରରୁ ଏକ ଅଟୋ ଯୋଗେ ମୃତଦେହକୁ ନେଇ ତୁଶୁରା ତେଲ ନଦୀରେ ଫିଙ୍ଗି ଦେଇଥିଲେ । ପୋଲିସ ନଦୀପଠାରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ଏହା ଏକ ହତ୍ୟାକାଣ୍ଡ ଏବଂ ମୃତକ ଜଣକ ଗରିବ ପାଣ୍ଡେର ବୋଲି ଜାଣିବାକୁ ପାଇଥିଲା । ଏନେଇ ତୁସୁରା ଥାନାରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଅଭିଯୁକ୍ତକୁ ଧରିବା ପାଇଁ ୭ ଜଣିଆ ପୋଲିସ ଅଧିକାରୀଙ୍କୁ ନେଇ SP ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲେ । ସଦର SDPO ତୁଫାନ ବାଗଙ୍କ ନେତୃତ୍ୱରେ ତୁଷୁରା ଥାନା ଅଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କ ସହ ୫ ଜଣ SI ଘଟଣାର ତଦନ୍ତ ଚଳାଇଥିଲେ । ଗତ ରାତିରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏଥିସହ ସେମାନଙ୍କ ପାଖରୁ ଏକ ଅଟୋରିକ୍ସା, ଦୁଇଟି ବାଇକ୍, ୪ ଟି ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଧୋତି ମଧ୍ୟ ଜବତ୍ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି(ଶନିବାର) କୋର୍ଟଚାଲାଣ କରିଛି ପୋଲିସ । ଅନ୍ୟପଟେ ମୃତ ଗରିବ ପାଣ୍ଡେ ନାମରେ ବଲାଙ୍ଗୀରର ବିଭିନ୍ନ ଥାନାରେ ୧୦ ରୁ ଅଧିକ ମାମଲା ରହିଥିବାବେଳେ ଗତ କିଛିଦିନ ତଳେ ସେ ଜାମିନରେ ଆସିଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.