ETV Bharat / state

ପୂର୍ବ ଶତ୍ରୁତାରୁ ବଲାଙ୍ଗୀର ବିଜେଡି ନେତାଙ୍କୁ ହତ୍ୟା, ଖୋଲିଲା ରହସ୍ୟ - ବିଜେଡି ନେତା ଲୋକନାଥ ବିଶ୍ଵାଳ ମର୍ଡର ଘଟଣା

ବଲାଙ୍ଗୀର ବିଜେଡି ନେତାଙ୍କୁ ହତ୍ୟା ଘଟଣାର ହେଲା ପର୍ଦ୍ଦାଫାସ । ପୂର୍ବ ଶତ୍ରୁତା କାରଣରୁ ହତ୍ୟା କରାଯାଇଛି । ହତ୍ୟା ପାଇଁ ତିନି ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଅଧିକ ପଢନ୍ତୁ

ବଲାଙ୍ଗୀର ବିଜେଡି ନେତା ହତ୍ୟା ମାମଲା, ପୂର୍ବ ଶତ୍ରୁତାରୁ ହତ୍ୟା,  ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ

author img

By

Published : Apr 1, 2022, 10:40 AM IST

ବଲାଙ୍ଗୀର: ବଲାଙ୍ଗୀର ବିଜେଡି ନେତାଙ୍କୁ ହତ୍ୟା ଘଟଣାର ହେଲା ପର୍ଦ୍ଦାଫାସ । ପୂର୍ବ ଶତ୍ରୁତା କାରଣରୁ ହତ୍ୟା କରାଯାଇଛି । ହତ୍ୟା ପାଇଁ ତିନି ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଏପଟେ ଏହି ମାମଲାରେ ଆଉ ଚାରି ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏଥିସହ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଥିବା ବେଳେ ପୋଲିସ ତାକୁ ଧରିବା ଲାଗି ଚଢାଉ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗୀର ବାଗଡୋର୍ ପଞ୍ଚାୟତର ସମିତିସଭ୍ୟା ବନିତା ବିଶ୍ଵାଳଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳ ବିଜେଡି ଦଳର ଜଣେ ସକ୍ରିୟ ନେତା ଥିଲେ ।

ବଲାଙ୍ଗୀର ବିଜେଡି ନେତା ହତ୍ୟା ମାମଲା, ପୂର୍ବ ଶତ୍ରୁତାରୁ ହତ୍ୟା, ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ

ତେବେ ଲୋକନାଥଙ୍କୁ ଗତ ୩ଦିନ ତଳେ ହତ୍ୟା କରାଯାଇଥିଲା । ସେ ନିଜ ଘର ବନମାଲ ଗ୍ରାମରେ ଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଏହାପରେ ପୋଲିସ ଏହାର ତନାଘନା କରି ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ସେହିପରି ଆଉ ପାଞ୍ଚ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଆଜି ଏଥିରେ ଆଉ ଚାରି ଜଣଙ୍କୁ ଏହି ମାମଲାରେ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ମୃତ ବିଜେଡି ନେତା ଲୋକନାଥ ବିଶ୍ଵାଳଙ୍କ ତାଙ୍କ ଗ୍ରାମର ବାସୁଦେବ ପ୍ରଧାନ ସହ ଶତ୍ରୁତା ଥିଲା ବୋଲି ପୋଲିସ କହିଛି ।

ଏହାକୁ ନେଇ ବାସୁଦେବ ପ୍ରଧାନ ତାଙ୍କୁ ହତ୍ୟା କରିବା ପାଇଁ ପାଟଣାଗଡ଼ର ସନ୍ତୋଷ ଦାସ, କରୁଣା ବାଗ, କୁଷଧ୍ଵଜ ମାଝୀ, ସୀତାରାମ ବିନ୍ଧାଣି, ରବି ଷଣ୍ଢ ଓ ବରଗଡ ପଦ୍ମପୁରର ରମେଶ ସାହୁଙ୍କୁ ତିନି ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା । ଏଥିସହ ହତ୍ୟା କରିବା ଲାଗି ଏମାନଙ୍କର ଭିନ୍ନ ଭିନ୍ନ ସ୍ଥାନରେ ବୈଠକ ବସିଥିବା ବେଳେ ଅଗ୍ରୀମ ପ୍ରଥମେ 20 ହଜାର ଓ ପରେ 50 ହଜାର ଟଙ୍କା ବାସୁ ପ୍ରଧାନ ଦେଇଥିଲା ।

ସେହିଭଳି ହତ୍ୟା ପରେ ବାକି ଟଙ୍କା ଦେବାର ସ୍ଥିର ହୋଇଥିଲା । ଯୋଜନା ମୁତାବକ ପଦ୍ମପୁରର ରମେଶ ସାହୁ, ପାଟଣାଗଡ଼ର ସୀତାରାମ ବିନ୍ଧାଣି ଓ ରବି ଷଣ୍ଢ ଏକ ବାଇକ ଯୋଗେ ଗାଁକୁ ଯାଇ ଏକ ଦେଶୀ ପିସ୍ତଲରେ ଲୋକନାଥକୁ ଗୁଳି କରି ହତ୍ୟା କରିଥିଲେ । ତେବେ ପଦ୍ମପୁରର ରମେଶ ସାହୁ ନିଜେ ଗୁଳି କରିଥିବା ବେଳେ ଏବେ ବି ସେ ଫେରାର ଅଛି । ଗୁରୁବାର ପୋଲିସ ମୁଖ୍ୟ ଷଡଯନ୍ତ୍ରକାରୀ ବାସୁଦେବ ପ୍ରଧାନ ସହ ଅନ୍ୟ ତିନି ଜଣଙ୍କୁ ପାଟଣାଗଡ଼ ଏସଡିଜେଏମ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏମାନଙ୍କର ଜାମିନ ନା ମଞ୍ଜୁର ହେବାରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ବଲାଙ୍ଗୀରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.