ETV Bharat / state

Municipal Fight Balangir: ପ୍ରଥମ କରି ପ୍ରାର୍ଥୀ ଦେଲା AAP - ପୌର ନିର୍ବାଚନରେ ଆପ୍ ପ୍ରାର୍ଥୀ

ବଲାଙ୍ଗୀରରେ ପୌର ନିର୍ବାଚନ ପାଇଁ ଚାଲିଛି ଜୋରସୋର ପ୍ରଚାର-ପ୍ରସାର । ପ୍ରଥମ କରି ଜିଲ୍ଲାରେ ଆମ୍ ଆଦମୀ ପାର୍ଟି ଦେଇଛି ପ୍ରାର୍ଥୀ । ଅଧିକ ପଢନ୍ତୁ

Municipal Fight Balangir: ପ୍ରଥମ କରି ପ୍ରାର୍ଥୀ ଦେଲା AAP

author img

By

Published : Mar 20, 2022, 10:33 PM IST

ବଲାଙ୍ଗୀର: ପାଖେଇ ଆସୁଛି ପୌର ନିର୍ବାଚନ । ଏଥିପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ଜୋରସୋର ପ୍ରଚାର-ପ୍ରସାର ଜାରି ରହିଛି । ସେହିପରି ବିନା ମଙ୍ଗୁଆଳରେ ଚାଲିଥିବା ବିଜେପି ଦଳ ପାଇଁ ପ୍ରଥମ କରି ବଲାଙ୍ଗୀର ବିଜେପି ସାଂସଦ ସଂଗୀତା ସିଂହଦେଓ ଓ ତାଙ୍କ ଝିଅ ନିବୃତ୍ତି କୁମାରୀ ସିଂହଦେଓ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

Municipal Fight Balangir: ପ୍ରଥମ କରି ପ୍ରାର୍ଥୀ ଦେଲା AAP

ବିଜେପି ଚେୟାରମ୍ୟାନ୍ ପ୍ରାର୍ଥୀ ଓ କାଉନସିଲରମାନଙ୍କ ପାଇଁ ପ୍ରଚାର କରୁଛନ୍ତି । ତେବେ ବିଜେପି ପ୍ରାର୍ଥୀମାନେ ନିର୍ବାଚିତ ହେଲେ ବଲାଙ୍ଗୀର ପୌର ପରିଷଦକୁ ଏକ ଆଦର୍ଶ ଓ ଦୁର୍ନୀତିମୁକ୍ତ ପୌର ପରିଷଦ ଭାବରେ ଗଢି ତୋଳିବେ ବୋଲି ପ୍ରତିଶ୍ରୁୁତି ଦେଇଛନ୍ତି । ସେହିପରି କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରିବ ବୋଲି ମଧ୍ୟ କହିଛନ୍ତି ।

ଅନ୍ୟପଟେ ବଲାଙ୍ଗୀରରେ ଏଥର ପ୍ରଥମ କରି ଆମ ଆଦମୀ ଦଳ ପୌର ନିର୍ବାଚନକୁ ଓହ୍ଲାଇଛି । କେବଳ 16 ନମ୍ୱର ୱାର୍ଡରେ ପ୍ରାର୍ଥୀ ଦେଇଛି ଆପ୍ । ପ୍ରଥମେ ସେମାନେ ଗୋଟିଏ ୱାର୍ଡରୁ ନିର୍ବାଚନ ଲଢୁଥିବାବେଳେ ବିଜୟୀ ହେଲେ ୱାର୍ଡକୁ ଏକ ଆଦର୍ଶ ଓ ଦୁର୍ନୀତିମୁକ୍ତ ୱାର୍ଡ ଭାବରେ ଗଢି ତୋଳିବାର ଲକ୍ଷ୍ୟ ରଖିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.