ETV Bharat / state

ବଲାଙ୍ଗୀର ଚାଷୀଙ୍କ ଚିନ୍ତା ବଢାଇଛନ୍ତି ପଙ୍ଗପାଳ

author img

By

Published : Jun 4, 2020, 11:10 PM IST

ବଲାଙ୍ଗୀରକୁ ପଙ୍ଗପାଳଙ୍କ ଭୟ । ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଅନ୍ୟପକ୍ଷେ ଫଲଲ ସବୁକୁ ପଙ୍ଗପାଳ ଆକ୍ରମଣରୁ ରକ୍ଷା କରିବା ପାଇଁ କୃଷି ବିଭାଗ ପ୍ରସ୍ତୁତ ଥିବା କହିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ଚାଷୀଙ୍କ ଚିନ୍ତା ବଢାଇଛନ୍ତି ପଙ୍ଗପାଳ
ବଲାଙ୍ଗୀର ଚାଷୀଙ୍କ ଚିନ୍ତା ବଢାଇଛନ୍ତି ପଙ୍ଗପାଳ

ବଲାଙ୍ଗୀର: ମାଡି ଆସୁଛନ୍ତି ପଙ୍ଗପାଳ। ପଡୋଶୀ ରାଜ୍ୟରେ ପଙ୍ଗପାଳ ଆକ୍ରମଣ କରିଥିବା ବେଳେ ବଲାଙ୍ଗୀରକୁ ମଧ୍ୟ ଆସିବାର ସମ୍ଭାବନା ରହିଛି। ତେବେ ଏନେଇ ବଲାଙ୍ଗୀରର ଚାଷୀଙ୍କ ନିଦ ହଜି ଯାଇଛି।

ଧାର ଉଧାର କରି ଜିଲ୍ଲାର ଅନେକ ଚାଷୀ ବର୍ତ୍ତମାନ କପା, ପନିପରିବା ଆଦି ଚାଷ କରିଛନ୍ତି। ଏହା ଏବେ ଅମଳ ହେବାକୁ ଥିବା ବେଳେ ଏହି ପଙ୍ଗପାଳ ଆସିଲେ ସବୁ ନଷ୍ଟ ହୋଇ ଯିବ ବୋଲି ଭୟବିତ ଅଛନ୍ତି ଚାଷୀ। ଅନ୍ୟପଟେ ଏମାନଙ୍କ ପାଖକୁ ଏଯାଏଁ କୃଷି ବିଭାଗ ପହଞ୍ଚି ପାରିନାହିଁ କି କୌଣସି ମାର୍ଗଦର୍ଶନ ପ୍ରଦାନ କରାଯାଇନାହିଁ । ତେବେ ପଙ୍ଗପାଳ ଆସିଲେ ଚାଷୀ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ଧାନ ଚାଷ କ୍ଵଚିତ ହୋଇ ଥିବାବେଳେ 160 ହେକ୍ଟରରୁ ଅଧିକ ଜମିରେ ପନିପରିବା ଚାଷ ହୋଇଛି। ସେହିପରି ଆଗକୁ 41 ହଜାର ହେକ୍ଟରରେ ଧାନ ଚାଷ ହେବାର ଅଛି । ତେବେ ଏସବୁକୁ ପଙ୍ଗପାଳ ଆକ୍ରମଣରୁ ରକ୍ଷା କରିବା ପାଇଁ କୃଷି ବିଭାଗ ପ୍ରସ୍ତୁତ ଥିବା କହିଛି । ଗାଁ ତଥା ବ୍ଲକ ସ୍ଥରରୁ କମିଟି ଗଠନ କରାଯାଇ ଏହା ଉପରେ କଡା ନଜର ରଖାଯାଇଥିବା କୁହାଯାଉଛି । ସେହିପରି ଜିଲ୍ଲାରେ ବିଭିନ୍ନ ପ୍ରକାରର 2 ହଜାର ଲିଟର କୀଟ ନାଶକ ମହଜୁଦ ଥିବାବେଳେ ଭୟ କରିବାର କୌଣସି କାରଣ ନାହିଁ ବୋଲି କୃଷି ବିଭାଗ କହିଛି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.