ETV Bharat / state

ଧାନକିଣାରେ ଅବ୍ୟବସ୍ଥା, ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ - ଧାନ କିଣା ନେଇ ଚାଷୀ ଅସନ୍ତୋଶ

ବଲାଙ୍ଗୀର ଆଗଲପୁର ଦୁଦୁକା ଅଞ୍ଚଳର ଶତାଧିକ ଚାଷୀ ବଲାଙ୍ଗୀର ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ସିଏସଓ ବା ଯୋଗାଣ ଅଧିକାରୀଙ୍କୁ ଘେରାଉ କରିବା ସହ ଅଟକ ରଖିଥିଲେ ।

farmer protest
ବଲାଙ୍ଗୀରରେ ଯୋଗାଣ ଅଧିକାରୀଙ୍କୁ ଘେରାଓ
author img

By

Published : Jan 24, 2020, 8:04 PM IST

ବଲାଙ୍ଗୀର: ଧାନ କିଣାରେ ଅବ୍ୟବସ୍ଥା ନେଇ ବଢୁଛି ଚାଷୀଙ୍କ ଅସନ୍ତୋଷ । ଏନେଇ ଯୋଗାଣ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ ବଲାଙ୍ଗୀରର ଶତାଧିକ ଚାଷୀ । ବଲାଙ୍ଗୀର ଆଗଲପୁର ଦୁଦୁକା ଅଞ୍ଚଳର ଶତାଧିକ ଚାଷୀ ବଲାଙ୍ଗୀର ଯୋଗାଣ ବିଭାଗର କାର୍ଯ୍ୟାଳୟକୁ ଧସେଇ ପଶିବା ସହ ସିଏସଓ ବା ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଥିଲେ ।

ବଲାଙ୍ଗୀରରେ ଯୋଗାଣ ଅଧିକାରୀଙ୍କୁ ଘେରାଓ

ଏହି ଘେରାଉ ସମୟରେ ସିଏସଓ କାର୍ଯ୍ୟାଳୟର କାମ ସମ୍ପୁର୍ଣ୍ଣ ଠପ ହେବା ସହ ଧାନ ନକିଣିବା ପର୍ଯ୍ୟନ୍ତ ଏମାନେ ସିଏସଓଙ୍କୁ ଛାଡିବେ ନାହିଁ ବୋଲି କହିଥିଲେ। ତେବେ ସିଏସଓଙ୍କ ପ୍ରତିଶୃତି ପରେ ଏମାନେ କିଛି ଦିନର ମହଲତ ଦେବା ସହ ଘେରାଉ କରିଥିଲେ।

ତେବେ ଏମାନଙ୍କ ଅଞ୍ଚଳରେ ଥିବା ପ୍ୟାକ୍ସକୁ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯାଉନଥିବାରୁ ପ୍ୟାକ୍ସମାନେ ଚାଷୀଙ୍କ ଠାରୁ ଧାନ କିଣୁ ନାହାନ୍ତି । ସେହିପରି ମିଲରମାନେ ମଧ୍ୟ ଚାଷୀଙ୍କ ଧାନ ଉଠାଉ ନଥିବାର ଏମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ଏମାନଙ୍କ କଷ୍ଟ ଉପାର୍ଜିତ ଧାନ ଏବେ ନଷ୍ଟ ହେଉଛି ।

ଚାଷୀମାନେ ନିଜ ଧାନ ବିକିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ତେବେ ବିଭିନ୍ନ ସମୟରେ ଏବାବଦରେ ଜିଲ୍ଲା ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଏମାନଙ୍କ ସମାଧାନ ନହେବାରୁ ଶୁକ୍ରବାର ସମସ୍ତ ଚାଷୀ ଏକାଠି ହୋଇ ସିଏସଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟ ଅଟକ ରଖିଥିଲେ।

ତେବେ ଏହି ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ଲାଗି ରହିଥିବାବେଳେ କାର୍ଯ୍ୟାଳୟର ସବୁ କାମ ଠପ ହୋଇ ଯାଇଥିଲା। ସେପଟେ ସିଏସଓ ଚାଷୀଙ୍କୁ ବୁଝାସୁଝା କରିବା ସହ ଧାନକିଣା ହେବା ସହ ମିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେବା ପରେ ଘେରାଓ ହଟିଥିଲା।

ବଲାଙ୍ଗୀରରୁ ଏସ.କେ ୱାହିଦ,ଇଟିଭି ଭାରତ

Intro:ବଲାଂଗୀର ଧାନ କିଣା ରେ ଅବ୍ୟବସ୍ଥା ନେଇ ଆଜି ଶତାଧିକ ଚାଷୀ ଯୋଗାଣ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଘେରାଓ କରିଥିଲେ। ଏବଂ ସିଏସ ଓ କାର୍ଯ୍ୟାଳୟ ର କାମକୁ ଠପ କରିଦେବା ଶହ ଧାନ ନକିଣିବା ପର୍ଯ୍ୟନ୍ତ ଏମାନେ ସି ଏସ ଓ ଙ୍କୁ ଛାଡିବେ ନାହିଁ ବୋଲି କହିଥିଲେ। ତେବେ ସି ଏସ ଓ ଙ୍କ ପ୍ରତିଶୃତି ପରେ ଏମାନେ କିଛି ଦିନର ମହଲତ ଦେଇ ଘେରାଉ ବନ୍ଦ କରିଥିଲେ।

Body:ବଲାଂଗୀର ଧାନ କିଣା ରେ ଅବ୍ୟବସ୍ଥା ନେଇ ଆଜି ଶତାଧିକ ଚାଷୀ ଯୋଗାଣ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଘେରାଓ କରିଥିଲେ। ତେବେ ଆଜି ବଲାଂଗୀର ଆଗଲପୁର ଦୁଦୁକା ଅଂଚଳର ଶତାଧିକ ଚାଷୀ ବଲାଂଗୀର ଯୋଗାଣ ବିଭାଗ ର କାର୍ଯ୍ୟାଳୟ କୁ ଧସେଇ ପଶିବା ସହ ସିଏସ ଓ ବା ଯୋଗାଣ ଅଧିକାରୀଙ୍କୁ ଘେରାଓ ଓ ଅଟକ ରଖିଥିଲେ । ତେବେ ଏମାନଙ୍କ ଅଂଚଳରେ ଥିବା ପେକ୍ସ କୁ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଜୌନଥିବାରୁ ପେକ୍ସ ମାନେ ଚାଷୀଙ୍କ ଠୁଁ ଧାନ କିଣୁ ନାହାନ୍ତି । ସେହିପରି ମିଲର ମାନେ ମଧ୍ୟ ଚାଷି ଙ୍କ ଧାନ ଉଥାଉ ନଥିବାର ଏମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ଏମାନଙ୍କ କଷ୍ଟ ଉପାର୍ଜିତ ଧାନ ଏବେ ଖରାପ ହେବାକୁଆଁଳାଗି ଥିବା ବେଳେ ଚାଷୀ ନିଜ ଧାନ ବିକିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ତେବେ ବିଭିନ୍ନ ସମୟରେ ଏ ବାବଦ ରେ ଜିଲ୍ଲା ପ୍ରଶାସନ କୁ ଜଣାଇ ମଧ୍ୟ ଏମାନ ଙ୍କ ସମାଧାନ ହୋଇ ପାରି ନଥିବାରୁ ଆଜି ଏମନେ ସମସ୍ତେ ମିଶି ସି ଏସ ଓ ଙ୍କ ତାଙ୍କ ନିଜ କାର୍ଯ୍ୟାଳୟରେ ଦୀର୍ଘ ସମୟ ଅଟକ ରଖିଥିଲେ। ତେବେ କିଛି ସମୟ ଏଠି ଉତ୍ତେଜନା ଲାଗି ରହି ଥିବା ବେଲେ କାର୍ଯ୍ୟାଳୟର ସବୁ କାମ ଠପ ହୋଇ ଯାଇଥିଲା। ସେପଟେ ସି ଏସ ଓ ଏମାନଙ୍କୁ ବୁଝା ସୁଝା କରିବା ସହ ଧାନ କିଣା ହେବାର ପ୍ରତିଶୃତି ଓ ମିଲରଙ୍କ ବିପକ୍ଷ ରେ କାର୍ଯ୍ୟାନୁଷ୍ଠାନ ର ପ୍ରତିଶୃତି ଦେବା ପରେ ଏହି ଚାଷୀ ଘେରାଓ ହତିଥିଲା।
ବାଇଟ ଫିରୋଜ ପୁଟେଲ ଚାଷୀ
ବାଇଟ ଅଭିରାମ ପ୍ରଧାନ ସି ଏସ ଓ ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.