ETV Bharat / state

ବିଲରେ କାମ କରୁଥିଲେ ମହିଳା, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

author img

By ETV Bharat Odisha Team

Published : Sep 7, 2023, 9:27 AM IST

ବଲାଙ୍ଗୀର ତାଲଚକେଲ ଗ୍ରାମରେ ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ମହିଳା ଚାଷୀ ମୃତ । କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ

Farmer electrocuted while working in field

ବଲାଙ୍ଗୀର: ବଙ୍ଗୋମୁଣ୍ଡା ବ୍ଲକ ତାଲଚକେଲ ଗ୍ରାମରେ ଅଘଟଣ । ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ମହିଳା ଚାଷୀ ମୃତ । ଏନେଇ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ମୃତ ଚାଷୀ ଜଣକ ଉକ୍ତ ଗ୍ରାମର ମହିଳା ଚାଷୀ ବାଳମତି କରୁଆଁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବାଳମତି କରୁଆଁ ନିଜ ବିଲରେ ଚାଷ କାମ କରୁଥିଲେ । କ୍ଷେତକୁ ପାଣି ମଡାଇବା ପାଇଁ ସେ ପାଣି ପମ୍ପ ସଂଯୋଗ କରୁଥିବା ବେଳେ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ଏନେଇ ଘଟଣାସ୍ଥଳରେ ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେଠୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କ ସ୍ବାମୀ ଅର୍ଜୁନ କାରୁଆଁ କହିବା ଅନୁସାରେ, ବୁଧବାର ଅପରାହ୍ନ ସମୟରେ ନିଜ ବିଲରେ ସେମାନେ ଚାଷ କାମ କରୁଥିଲେ । ବିଲରେ ପାଣି ଦେବା ପାଇଁ ତାଙ୍କ ସ୍ତ୍ରୀ ସେଠି ତିଆରି ହୋଇଥିବା କୁଡିଆ ମଧ୍ୟରେ ପାଣି ମୋଟରକୁ ବିଦ୍ୟୁତ୍ ସଂଯୋଗ କରିବାକୁ ଯାଇଥିଲେ । ସେଠି ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ତାଲଚକେଲ ଗ୍ରାମରୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ବଙ୍ଗୋମୁଣ୍ଡ ପୋଲିସ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ଗରିବ ହୋଇଥିବାରୁ ତାଙ୍କୁ ଶୀଘ୍ର ଆର୍ଥିକ ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବିଦ୍ୟୁତ ତାର ଛିଣ୍ଡି ଚାଷୀ ମୃତ, ଟାଟା ପାୱାରର ଅବହେଳା ଅଭିଯୋଗ

ପ୍ରକାଶ ଥାଉକି, କିଛି ମାସ ପୂର୍ବେ ପାରାଦ୍ବୀପ ଉପକଣ୍ଠ ଭୁତମୁଣ୍ଡେଇ ଅଞ୍ଚଳରେ ଟାଟା ପାୱାରର ଅବହେଳାରୁ ଜଣଙ୍କର ଜୀବନ ଚାଲିଯାଇଥିଲା । ଭୁତମୁଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ବାରେଇ ଗ୍ରାମର 70 ବର୍ଷୀୟ ଚାଷୀ କଣ୍ଡୁରୀ ରାଉତ ନିଜ ଜମିରେ ପାଣି ମଡାଇବା ପାଇଁ ଦିନ 3ଟା ସମୟରେ ଯାଇଥିଲେ । ସେହି ସ୍ଥାନ ଦେଇ ଯାଇଥିବା 11 କେଭି ବିଦ୍ୟୁତ ତାର ହଠାତ୍ ଛିଣ୍ଡି ପଡି ତାଙ୍କ ଦେହରେ ଲାଗି ଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅନ୍ୟପଟେ ଏନେଇ କଟକ-ପାରାଦ୍ବୀପ ରାସ୍ତାକୁ ଆସି ଟାଟା ପାୱାର ବିରୋଧରେ ସ୍ଲୋଗାନ ଦେବା ସହିତ ରାସ୍ତା ଅବରୋଧ କରିଥିଲେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଫଳରେ କଟକ-ପାରାଦ୍ବୀପ ରାଜ୍ୟ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗୋଟେ ଲୋକର ଜୀବନ ଚାଲି ଯାଇଥିବା ଅଭିଯୋଗ କରିବା ସହ ଚାଷୀଙ୍କ ମୃତଦେହ ରଖି କ୍ଷତି ପୂରଣ ଦାବି କରିଥିଲେ ଗ୍ରାମବାସୀ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.