ETV Bharat / state

ପିଠା ଖୁଆଇବାକୁ ଆସିଥିଲେ ପରିବାର, ଦେଖିଲେ ଗର୍ଭବତୀ ଝିଅର ମୃତଦେହ

ସାତ ମାସର ଗର୍ଭବତୀ ମହିଳାଙ୍କୁ ପିଠା ଖୁଆଇବା ପର୍ବରେ ଆସିଥିଲେ ପରିବାର ଲୋକେ। ଘରେ ଆସି ଦେଖିଲେ ଝିଅର ମୃତଦେହ । ଅଧିକ ପଢ଼ନ୍ତୁ

killing pregnant woman in balangir
ଗର୍ଭବତୀ ମହିଳାଙ୍କୁ ହତ୍ୟା
author img

By

Published : Apr 3, 2022, 1:56 PM IST

Updated : Apr 3, 2022, 3:12 PM IST

ବଲାଙ୍ଗୀର: ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ। ଜଣେ ସାତ ମାସର ଗର୍ଭବତୀ ମହିଳାଙ୍କୁ ପିଠା ଖୁଆଇବା ପର୍ବରେ ଆସିଥିବାବେଳେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ। ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ପିଠା ଖୁଆଇବାକୁ ଆସିଥିଲେ ପରିବାର, ଦେଖିଲେ ଗର୍ଭବତୀ ଝିଅର ମୃତଦେହ

ଅଭିଯୋଗ ଅନୁସାରେ ପଟଣାଗଡ଼ ବ୍ଲକ ବନକା ବିହାର ଗ୍ରାମର ଝିଅ ପୁଷ୍ପାଞ୍ଜଳୀ ପ୍ରଧାନଙ୍କ ତଳି ଉଡ଼ାର ଗ୍ରାମର ବିପିନ ପ୍ରଧାନଙ୍କ ସହ ପ୍ରେମ ବିବାହ ହୋଇଥିଲା। ବିବାହକୁ ବର୍ଷେ ବିତିଥିବା ବେଳେ ପୁଅ ଘର ଲୋକେ ବାରମ୍ବାର ଯୌତୁକ ଦାବି କରି ଆସୁଥିଲେ। ଯେଉଁଥିରେ ଝିଅ ଘର ଲୋକେ ଦୁଇ ଥର ଦୁଇଟି ବାଇକ ଓ ଏକ ଲକ୍ଷ ଟଙ୍କା ଦେଇଥିଲେ। ପୁଷ୍ପାଞ୍ଜଳୀ ସାତ ମାସର ଗର୍ଭବତୀ ଥିବା ବେଳେ ଆଜି ତାଙ୍କ ଘରଲୋକେ ପିଠା ଖୁଆଇବା ପ୍ରଥା ପାଇଁ ଡାକିବାକୁ ଆସିଥିଲେ। ହେଲେ ଶାଶୁଘରେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ।

ଏହି ଘଟଣା ନେଇ ପୁଷ୍ପାଞ୍ଜଳୀଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ସହ ଝିଅକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେପଟେ ସଦର ପୋଲିସ ସ୍ବାମୀ ବିପିନ ପ୍ରଧାନକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 3, 2022, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.