ETV Bharat / state

ଇଟିଭି ଭାରତ ପ୍ରଭାବ, ଚାକିରୀରୁ ବିଦା ହେଲେ ଦୁର୍ନିତୀଗ୍ରସ୍ତ ପେକ୍ସ ସମ୍ପାଦକ

ଇଟିଭି ଭାରତର ଖବର ପ୍ରସାରଣର ପ୍ରଭାବ। ଧାନ କିଣା ଦୁର୍ନୀତିର ଖବର ପ୍ରସାରଣ ପରେ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ପେକ୍ସ ସମ୍ପାଦକ। ଅଧିକ ପଢ଼ନ୍ତୁ...

etv bharata effect, a corrupt paddy collector suspended in balangir after news published
ଇଟିଭି ଭାରତ ପ୍ରଭାବ, ଚାକିରୀରୁ ବିଦା ହେଲେ ଦୁର୍ନିତୀଗ୍ରସ୍ତ ପେକ୍ସ ସମ୍ପାଦକ
author img

By

Published : Feb 8, 2021, 11:02 PM IST

ବଲାଙ୍ଗୀର: ଇଟିଭି ଭାରତର ଖବର ପ୍ରସାରଣର ପ୍ରଭାବ। ଧାନ କିଣା ଦୁର୍ନୀତିର ଖବର ପ୍ରସାରଣ ପରେ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ପେକ୍ସ ସମ୍ପାଦକ। ଜିଲ୍ଲା ବେଲପଡ଼ା ବ୍ଲକ ସରମୁହାଣ ପେକ୍ସରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ସମ୍ପାଦକ ତପନ ମେହେର ଚାଷୀଙ୍କ ନାମରେ ଜାଲ କାଗଜ ପତ୍ର କରିଥିଲେ। ତାଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କାର ଧାନ ବିକ୍ରି କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।

ଇଟିଭି ଭାରତ ପ୍ରଭାବ, ଚାକିରୀରୁ ବିଦା ହେଲେ ଦୁର୍ନିତୀଗ୍ରସ୍ତ ପେକ୍ସ ସମ୍ପାଦକ

ଚାଷୀଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କାର ଧାନ ବିକ୍ରି କରିବା ସହ ଟଙ୍କା ହଡ଼ପ କରିଥିଲେ ବେଲପଡ଼ା ବ୍ଲକ ସରମୁହାଣ ପେକ୍ସ ସମ୍ପାଦକ। ସୂଚନା ଅଧିକାର ତଥ୍ୟରୁ ଏହା ସ୍ପଷ୍ଟ ହୋଇଥିଲା। ସାଧୁ ପଟେଲ ନାମକ ଜଣେ ଚାଷୀଙ୍କ ନାମରେ ପାଞ୍ଚ ଏକର ଜମିରେ କାଗଜ ପତ୍ର ଏପଟ ସେପଟ କରି 282 କ୍ବିଣ୍ଟାଲ ଧାନ ବିକ୍ରି କରାଯାଇଥିଲା। ଏହିଭଳି ଭାବରେ ଆହୁରି ତିନି ଜଣ ଚାଷୀଙ୍କ ନାଆରେ ମଧ୍ୟ ଧାନ ବିକ୍ରି କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା।

ସବୁ ସରକାରୀ ନିୟମକୁ ଜଳାଞ୍ଜଳି ଦିଆଯାଇ ଏଭଳି ଦୁର୍ନିତୀରେ ଲିପ୍ତ ଥିଲେ ସରକାରୀ ବାବୁ। ନିୟମ ଅନୁଯାୟୀ ଏକର ପିଛା 13 କ୍ବିଣ୍ଟାଲ ଧାନ ବିକ୍ରି କରିବାର ନିୟମ ରହିଛି। ଏହି ସମ୍ପାଦକ ଜଣକ ଏକର ପିଛା 56 କ୍ବିଣ୍ଟାଲ ଧାନ କିଣି ଥିଲେ। ଇଟିଭି ଭାରତ ଏହି ଦୁର୍ନିତୀର ପର୍ଦ୍ଦାଫାସ କରି ଖବର ପ୍ରକାଶିତ କରିଥିଲା। ପରେ ବଲାଙ୍ଗୀର ଜିଲ୍ଲାପାଳ ଏହି ଦୁର୍ନିତୀର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି(ସୋମବାର) ତଦନ୍ତ ରିପୋର୍ଟକୁ ଭିତ୍ତି କରି ସଂପୃକ୍ତ ସମ୍ପାଦକ ତପନ ମେହେରଙ୍କୁ ଚାକିରିରୁ ବିଳମ୍ବିତ କରିଛନ୍ତି ବଲାଙ୍ଗୀର ଡି ଆର ସି ଏସ(DRCS)।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.