ETV Bharat / state

ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ଏସମା ଆଇନ ଲାଗୁ - esma act imposed in titilagarh

ଦୀର୍ଘ ଦିନ ଧରି ଟିଟିଲାଗଡର ପୌରପାଳିକା ସଫେଇ କର୍ମଚାରୀଙ୍କ ଚାଲିଥିବା ଧାରଣା ହଟାଇବାକୁ ପ୍ରଶାସନର ଏସମା ଆଇନ ଲାଗୁ । ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ଏସମା ଲାଗୁ କରି ଆନ୍ଦୋଳନ ନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଅଧିକ ପଢନ୍ତୁ...

ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ଏସମା ଆଇନ ଲାଗୁ
ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ଏସମା ଆଇନ ଲାଗୁ
author img

By

Published : Oct 10, 2020, 8:07 AM IST

ବଲାଙ୍ଗୀର:ଟିଟିଲାଗଡର ପୌରପାଳିକା ସଫେଇ କର୍ମଚାରୀ ଦୀର୍ଘ ଚବିଶ ଦିନ ଧରି କାର୍ଯ୍ୟ ବନ୍ଦ ସହ ଧାରଣା ଦେଇଛନ୍ତି । ଫଳରେ ଅଞ୍ଚଳରେ ସଫେଇ କାର୍ଯ୍ୟ ଠପ୍ ହୋଇପଡିଛି । କୋରୋନା ସମୟରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ତେଣୁ ସେମାନଙ୍କ ସହ ଆଲୋଚନା ସବୁ ବିଫଳ ହେବା ପରେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଜରୁରୀ ସେବା ବ୍ୟାହତ ହେବାରୁ ଏସମା ଲାଗୁ କରିଛନ୍ତି । ଏବଂ ଏହା କଣ୍ଟାବାଞ୍ଜି ତଥା ଟିଟିଲାଗଡରେ ଲାଗୁ ହୋଇଥିବାବେଳେ ଏଠି ଜରୁରୀ ସେବାରେ ନିୟୋଜିତ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଆନ୍ଦୋଳନ କରି ପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ଏସମା ଆଇନ ଲାଗୁ

ଆଇନ୍ ଅମାନ୍ୟ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ପ୍ରଶାସନର ଏହି ଆଇନକୁ ଆନ୍ଦୋଳନକାରୀ ବିରୋଧ କରିଛନ୍ତି । ଆଗକୁ ମଧ୍ୟ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।

ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ଏସମା ଆଇନ ଲାଗୁ
ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ଏସମା ଆଇନ ଲାଗୁ

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.